ଗଡବାଣିକିଲୋ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “#ନୂଆ – ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଉଦଯାପିତ

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା :-> ରଣପୁର ବ୍ଲକ୍ ଅନ୍ତର୍ଗତ ଗଡବାଣିକିଲୋ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୦୭/୧୨/୨୦୨୩ ରୁ ଆରମ୍ଭ ହୋଇ ଆଜି ମହାଆଡ଼ମ୍ବରରେ ଉଦଯାପିତ ହୋଇଯାଇ ଅଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,

ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ୍ ଅନ୍ତର୍ଗତ ଆତ୍ମା ର ଅଧ୍ୟକ୍ଷା ଶ୍ରୀମତି ନର୍ମଦା ରାୟ (ମାମା), ପୂର୍ବତନ ଓଡ଼ିଆ ଅଧ୍ୟାପକ ଶ୍ରୀ କାଶୀନାଥ ପ୍ରଦାନ ଓ ଅର୍ଥନୀତି ଅଧ୍ୟାପକ ଶ୍ରୀ ସର୍ବେଶ୍ଵର ରାଉତ ପ୍ରମୁଖ ଯୋଗ ଦେଇ ଥିବା ବେଳେ କଲେଜର ଅଧ୍ୟକ୍ଷା ଡକ୍ଟର ଶୁଭଦର୍ଶୀନି ଦେବି ସଭାପତିତ୍ଵ କରି ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।

ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ଗୀତ ପରିବେଷଣ ମାଧ୍ଯମରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରି ଥିଲେ। ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପାଇକରାୟ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ। ରାଜ୍ଯ ସରକାରଂକ ତରଫରୁ କରାଯାଇଥିବା ଏହି “ନୂଆ- ଓ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୨୦୦ ପିଲାଙ୍କ ମଧ୍ୟରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ,

ଏସ ଏଚ୍ ଜି ମହିଳା ଓ ସମାଜ ସେବୀ ମାନଙ୍କ ମଧ୍ୟରେ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ମାନ ପତ୍ର ( ୧୫୦୦ ରୁ ଉର୍ଦ୍ଧ ମାନପତ୍ର ) ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ନୃତ୍ୟ ଗୀତ ସମସ୍ତଙ୍କୁ ଅମୋଦିତ କରିଥିଲା। ଛାତ୍ରୀ ମାନଙ୍କୁ ସ୍ୱେଚ୍ଛାକୃତ ଭାବେ ନିକଟସ୍ଥ ନୀଳପଲ୍ଲୀ ଗ୍ରାମରେ ଥିବା ଡାଇମଣ୍ଡ ବିୟୁଟି ପାଲୋରର ବିୟୁଟିସିଆନ ଶ୍ରୀମତୀ ପଦ୍ମିନୀ ସାହୁ ଆସି ବସାଜସଜ୍ଜା କରିବାରେ ସହଯୋଗ କରିଥିବାରୁ ,

ମହାଶୟାଙ୍କୁ “ସମାଜସେବୀ” ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା। ସର୍ବଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ। କିରାଣି ବିଜୟ କୁମାର ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା ।