କାଲିମେଳା ବନାଞ୍ଚଳ ପକ୍ଷରୁ ବୈଠକ ଆୟୋଜିତ

୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଆଜି କାଲିମେଳା ବନାଞ୍ଚଳ ପକ୍ଷରୁ ପୋଟେରୁ ସେକ୍ସନର ନର୍ସରି ଠାରେ ବନାଧିକାରୀ ଓ ବିଭାଗୀୟ ଅଧିକାରୀ ଓ ସହଯୋଗୀ ଏନଜିଓ ଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି । କାଲିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ବନାଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ସେଠି ସ୍ୱାଗତ ଭାଷଣ ଦେବା ଅବସରରେ କାଲିମେଳା ରେଞ୍ଜର ସମସ୍ତ ନୂତନ ଓ ପୁରୁଣା ସହଯୋଗୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସମସ୍ତେ ମିଳିମିଶି କାମ କରିବାପାଇଁ ଆହ୍ୱାନ ଦେଇଥିଲେ ।

ସେହିଭଳି ରେଞ୍ଜର ଶ୍ରୀ ଦାସ ନିଜ ଅଭିଭାଷଣ ରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ କାଲିମେଳା ରେଞ୍ଜ ପାଇଁ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, ଷ୍ଟ୍ରେଞ୍ଚ ଖନନ, ଜଙ୍ଗଲ ଜମିପଟ୍ଟା ପ୍ରଦାନ ପ୍ରକ୍ରିୟା ରେ ଜମି ଚିହ୍ନଟ, ଆଗାମି ଦିନରେ ହେବାକୁ ଥିବା ବନାଗ୍ନନି ନିୟନ୍ତ୍ରଣ ଓ ଅବାଧ ପଶୁଶିକାର ଉପରେ ନିୟନ୍ତ୍ରଣ ତଥା ରୋକ ଲଗାଇବାକୁ ପରାମର୍ଶ ଦେଇଥିଲେ ।

ଏହି ସବୁ କାର୍ଯ୍ୟକ୍ରମରେ ସହଯୋଗୀ ଏନଜିଓ ରସହାୟତା ନେବା ସହ ବନ ସୁରକ୍ଷା ସମିତି ଗୁଡିକରେ ନିର୍ମାଣ ହେବାକୁ ଥିବା ଗୃହ କାର୍ଯ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ମତ ପୋଷଣ କରିଥିଲେ । କାଲିମେଳା ରେଞ୍ଜ କୁ ଆସିଥିବା ଟାର୍ଗେଟକୁ ସମୟ।ନୁସାରେ ପୂରଣ କରିବା ସହ କାଲିମେଳା ରେଞ୍ଜକୁ ଜିଲ୍ଲାରେ ଏକ ନମ୍ବରରେ ରଖିବାକୁ ପ୍ରସ୍ତାଵ ଦେଇଥିଲେ ।

ଆଜିର ଏହି ବୈଠକରେ ସହଯୋଗୀ ଏନଜିଓ ସୃଷ୍ଟି ର ଟିମ ଲିଡ଼ର ଶ୍ରୀନିବାସ ପାତ୍ର, ଡେଭଳ୍ପମେଣ୍ଟ ଅଫିସର ସୁବ୍ରତ ସ୍ୱାଇଁ ,ଏନ ରବିକୁମାର ଯୋଗଦେଇ ଥିବା ବେଳେ କାଲିମେଳା ରେଞ୍ଜର ସମସ୍ତ ବନାଧିକାରୀ, ଗାର୍ଡ ,ୱାଚର ଯୋଗଦେଇ ଥିଲେ । ବୈଠକ ଶେଷରେ ପୋଟେରୁ ବନାଧିକାରୀ ସୁଶାନ୍ତ କୁମାର ସିଂ ନିଜ ଅଭିଭାଷଣ ରହିଖିବା ସହିତ ବୈଠକକୁ ସମାପ୍ତ କରିଥିଲେ ।