ତ୍ରୟୋଦଶ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ : ହାଟବସ୍ତ ବିଜୟୀ

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଆୟୋଜିତ ତ୍ରୟୋଦଶତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟର ଶନିବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହୁଲିଆ କ୍ରିକେଟ କ୍ଳବ୍ ଓ ହାଟବସ୍ତ କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା ।

ମହୁଲିଆ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୫ ଓଭରରେ ୭୩ ରନ ସ୍କୋର କରି ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ହାଟବସ୍ତ ଦଳ୭.୪ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ୭୪ ରନ ସ୍କୋର କରି ବିଜୟୀ ହେବା ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ମିଟୁ ପ୍ରଧାନ ଓ ରାଜକୁମାର ବଳିୟାରସିଂ ପରିଚାଳନା କରିଥିଲେ।ଆଜିର ମ୍ୟାଚ୍ରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ସାମାଜିକ କର୍ମୀ ଶୁଭେନ୍ଦୁ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଜଳଧର ମହାନ୍ତି,ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଚିତରଂଜନ ମିଶ୍ର,

ସାମାଜିକ କର୍ମୀ ଶ୍ରୀଧର ଦତ୍ତ,ପ୍ରଫୁଲ୍ଲ କୁମାର ଦେଓ , ମୁକେଶ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କ୍ଳବ୍ ସଭାପତି ନିରଞ୍ଜନ ନାୟକ ଓ ସାନ୍ତୁନ ଛୋଟରାୟ ପ୍ରମୁଖଙ୍କ ସମେତ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।