ଆଇ.ଏ.ଏସ. ପ୍ରିୟବ୍ରତ ପଟ୍ଟନାୟକ ଙ୍କ ପରଲୋକ ରେ ସମଗ୍ର ଜିଲ୍ଲାରେ ଦୁଃଖର ବାତାବରଣ

ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) ନୟାଗଡ :- ନୟାଗଡ ଉପକଣ୍ଠ ଗ୍ରାମ ଝୁମ୍ପୁରୀ ଗ୍ରାମର କୃତ୍ତିବତ ବ୍ୟକ୍ତିତ୍ୱ ତଥା ନୟାଗଡ ଜିଲ୍ଲାର ଗର୍ବ ଓ ଗୌରବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଆଇ.ଏ.ଏସ. ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ । ସେ ନୟାଗଡ ମହାବିଦ୍ୟାଳୟର ପ୍ରଥମ ପ୍ରିନ୍ସପାଲ ସ୍ବର୍ଗତ ଗୋପାଳ ପଟ୍ଟନାୟକଙ୍କ ପୁତ୍ର ଆଇ.ଏ.ଏସ. ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକରେ ଏକ ଶୋକ ର ଛାୟା ଖେଳିଯାଇଛି । ରାଜ୍ୟ କୃଷି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ ଅରୁଣ କୁମାର ସାହୁ ମଧ୍ୟ ଦକ୍ଷ ପ୍ରଶାସକଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । (ରିପୋର୍ଟ-ରାମକୃଷ୍ଣ ରଥ)