କାଶୀନଗର ବ୍ଲକ ର କେ ସିତାପୂର ଗ୍ରାମରେ ବିଜେପି ନେତା ଓ କର୍ମକର୍ତ୍ତା ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା କୁ ଫୁ କରି ସଭା ସମିତି କରିଥିବା ଦୃଶ୍ୟ ତଦନ୍ତ କରି କାର୍ଯ୍ୟାୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ – ପାରଳଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ଭୁବନେଶ୍ୱର :- ଗଜପତି ଜିଲ୍ଲାରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଜୁଲାଇ ୨୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର ଓ କାସିନଗର୍ ସହର ସହର ସମେତ ହାଡୁଭାଙ୍ଗି ପଞ୍ଚାୟତ, ରଣିପେଣ୍ଠ ପଞ୍ଚାୟତ, ଗୋଷାଣୀ ବ୍ଲକର କେରlଣ୍ଡି ପଞ୍ଚାୟତ ସମେତ ଅନ୍ୟାନ୍ୟ କେତକ ଅଞ୍ଚଳ କୁ ଲୋକ ଡାଉନ୍ ଘୋଷଣା କରିଛନ୍ତି ।

ଏଭଳି ପରିସ୍ଥିତି ରେ ବିଜେପି ଦଳର ନେତା ଓ କର୍ମ କର୍ତ୍ତା ମାନଙ୍କ ଦ୍ଵାରା ମାଷ୍କ ନ ପିନ୍ଧି ଓ ସାମାଜିକ ଦୂରତାକୁ ଫୁ କରି ସଭା ସମିତି କରିଥିବା ନେଇ ଦେଖିବାକୁ ମିଳିଛି ଓଅଭିଯୋଗ ମଧ୍ୟ ହୋଇଛିଓଡ଼ିଶାସରକାରକୋଭିଡ୧୯ ପାଇଁ ଲୋକମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରୁଛନ୍ତି । ଏବଂ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ହେଲେ କାଶୀନଗର ବ୍ଲକ ଅନ୍ତର୍ଗତ କେ. ସୀତାପୁର ଗ୍ରାମ ପଞ୍ଚାୟତ ରେ ବିଜେପି ନେତା ଓ କର୍ମୀ ମାନେମାସ୍କ ପିନ୍ଧି ନଥିବାଓ ସାମାଜିକ ଦୂରତାକୁମାନୁନଥିବାଦେଖି ବାକୁ ମିଳିଛି ଜିଲ୍ଲା ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେଇ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି (ଗରୁଡ଼ ଧ୍ଵଜ ଚୌଧୁରୀ)