ଯୋଡା ପୌରପାଳିକା ଠାରେ ଅନୁଷ୍ଠିତ ହୋଇଥିବା କ୍ରୀଡା ଉତ୍ସବର ଅନ୍ତିମ ଦିବସରେ ଯୋଗ ଦେଲେ ଚମ୍ପୁଆ ବିଧାୟିକା

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ପୌରପାଳିକା ଦ୍ବାରା ଆୟୋଜିତ ହୋଇଥିବା ରାଜ୍ୟସରକାରଙ୍କ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ କ୍ରିକେଟ,ଫୁଟବଲ,କବାଡି,ଭଲିବଲ ଆଦି ଖେଳରେ ଯୋଡା ପୌରାଞ୍ଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭା ମାନଙ୍କୁ ଲୋକଲଚନକୁ ଆଣିବାର ଏକ ସୁନ୍ଦର ପ୍ରୟାସ କରିଛନ୍ତି ରାଜ୍ୟସରକାର ।

ଉକ୍ତ କ୍ରୀଡା ଉତ୍ସବର ଅନ୍ତିମ ଦିବସରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କର ମନବଳ ବଢାଇବା ସହିତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ କିପରି ପ୍ରତ୍ୟେକ ଖେଳକୁ ଗୁରୁତ୍ବ ଦେଇ ଆସୁଛନ୍ତି

ଏହା ହେଉଛି ତାହାର ଜଳନ୍ତ ଉଦାହରଣ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସମେତ ଯୋଡା ପୌରାଧ୍ୟକ୍ଷ ଡ.ଜଗଦୀଶ ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,ଏବଂ ସମସ୍ତ କାଉସିଲର ଓ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।