ଧଳାଡିହି ଗ୍ରାମର ଧର୍ମ ପରାୟଣ ମହିଳାଙ୍କ ପରଲୋକ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ରାଇରଙ୍ଗପୁର ବ୍ଳକର ଭାଲୁଵସା ପଞ୍ଚାୟତର ଧର୍ମ ପରାୟଣ ମହିଳାଙ୍କ ନାଗଭଣ ଗ୍ରାମର ଧଳାଡିହି ସାହିର ଧର୍ମପରାୟଣ ମହିଳା ଲକ୍ଷ୍ମିମଣୀ ମହାନ୍ତ (୬୫)ଙ୍କର ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।

ସେ ଜଣେ ଅମାୟିକ,ମେଳାପି, ମିଷ୍ଟଭାଷୀ ମହିଳା ଥିଲେ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରରେ ଗାଁ ରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ଶୁଭେଛୁ,ଆତ୍ମୀୟ, ବିଭିନ୍ନ ସଂଗଠନର ସଦସ୍ୟ ମାନେ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।