୬୪ତମ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ  : ସୋନପୁର ଫାଇନାଲରେ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> କୁହୁଡି ଖେଳ  ପଡିଆଠାରେ ଚାଲିଥିବା ସର୍ବଭାରତୀୟ ଫୁଟୁବଲ ଟୁର୍ନାମେଣ୍ଟର ଆଜି ପ୍ରଥମ ସେମି ଫାଇନାଲ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି |ଆଜିର ଏହି ମ୍ୟାଚରେ ଏନ ଫୁଟୁବଲ କ୍ଲବ ଛତିଶଗଡ ବନାମ ବିଏସଏଫ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଉଭୟଙ୍କ ଖେଳ ପ୍ରଦର୍ଶନ ଅତି ଉଚ୍ଚ କୋଟିର ଥିଲା |

ହେଲେ ଖେଳର ପ୍ରଥମର୍ଦ୍ଧରେ ସୋନପୁର ଦଳ ୩ଟି ଗୋଲ ଦେଇ ଖେଳର ଅନ୍ତିମ ପର୍ଯୟ ପର୍ଯ୍ୟନ୍ତ ସ୍ଥିତି ମଜବୁତ କରିବା ସହ ଜିତି ଫାଇନାଲକୁ ପ୍ରବେଶ କରିଛି | ଖେଳକୁ ଚିନୁ ସିଂ, ଗୋପାଳ ସାମନ୍ତରାୟ ,ରାକେଶ କୁମାର ବେହେରା,ଆଜିର ଖେଳକୁ ପରିଚାଳନା କରିଥିଲେ |

ମୂଖ୍ୟଅତିଥିଭାବେ ବିଜୁ ଜନତା ଦଳର ରାଜ୍ୟ ମହିଳା ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସହିତ କରିଥିଲେ | ଅନୁଷ୍ଠାନ ର ସଭାପତି ମନୋଜ ମାନସିଂହ, ପ୍ରଶାନ୍ତ ଭୁଜବଳ, ଶ୍ରୀଧର ମହାପାତ୍ର ଏବଂ ଶୁଭେନ୍ଦୁ ମାନସିଂହ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ .