ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ତିଳେଶ୍ୱର କପ : ବଲାଙ୍ଗୀର ଦଳ କୁ ହରାଇ ସେମିରେ ଭୁବନେଶ୍ୱର

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ହରଭଙ୍ଗା ବ୍ଲକ :-> ତିଳେଶ୍ୱର ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ପଞ୍ଚମ ଦିନରେ ପହଁଚିଛି l ଏହି ମ୍ୟାଚ ବଜରଙ୍ଗୀ କ୍ଲବ ଭୁବନେଶ୍ଵର ସହିତ ଜରାସିଂହା କ୍ଲବ ବଲାଙ୍ଗୀର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା l ତେବେ ଭୁବନେଶ୍ୱର ଦଳ ଏକାତରଫା ଭାବେ 4-0 ଗୋଲରେ ବଲାଙ୍ଗୀର କୁ ହରାଇ ବିଜୟୀ ହୋଇଥିଲା l

ମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା ଖେଳ ପରିଚଳନା କରିଥିଲେ l ଲାଇନ୍ସମେନ ଭାବେ ସଲିଲ ବେହେରା, ପ୍ରତାପ ପ୍ରଧାନ ଏବଂ ଫୋର୍ଥ ରେଫର ବଳରାମ ବେହେରା ଦାୟିତ୍ୱ ତୁଲାଇଥିଲେ l 7 ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଶ୍ଵଜିତ ମିଶ୍ର ମୁଖ୍ୟ ଅତିଥି, ସାମ୍ପୋଜ ସରପଞ୍ଚ କଲ୍ୟାଣୀ ପ୍ରଧାନ, ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ପ୍ରଧାନ,

ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ଆସୋସିଏସନ ର ସଭାପତି ଅର୍ଜୁନ ପ୍ରଧାନ, ବିଜ୍ଞାନ କର୍ଣ୍ଣ, ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ବିକ୍ରମ ପ୍ରଧାନ, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, ମହେଶ୍ୱର ମହାନ୍ତି,ଙ୍କ ସମେତ ଆସୋସିଏସନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l