ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିବିଧ ପ୍ରତିଯୋଗିତାରେ ୧୨ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ 

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ  :-> କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ତୁତି ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା #ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା’ର କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି ।

ଉଦଯାପନୀ ସଭା ଅନୁଷ୍ଠାନର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସଭାପତିତ୍ବ ହୋଇଥିଲା ବେଳେ ମୁଖ୍ୟଅତିଥିଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଛାତ୍ର/ଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ସାମାଜିକ,

ସାଂସ୍କୃତିକ ଓ କ୍ରୀଡା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜନିଜର ଦକ୍ଷତା ପ୍ରତିପାଦିତ କରିପାରିବା ଲାଗି ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଏକ ପ୍ରୟାସ ବୋଲି କହିଥିଲେ ।

ସମ୍ମାନିତ ଅତିଥିଭାବେ ଜିଲାପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, କୋରାଇ ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଓ ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମଳୟ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଠନାତ୍ମକ ଦିଗରେ ଯିବାକୁ ପ୍ରେରଣା ଦେଇଥିଲେ ।

କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ କପିଳେନ୍ଦ୍ର ମାଝୀ ବିବରଣୀ ପ୍ରଦାନ ପୂର୍ବକ ଏହା ୧୫ଦିନ ଧରି ଅନୁଷ୍ଠିତ ହୋଇଥିଲା ବେଳେ ସାମାଜିକ, ସାଂସ୍କୃତି ଓ କ୍ରୀଡା ଆଦି ବିଭାଗରେ ୩୦ରୁ ଊର୍ଦ୍ଧ୍ବ ପ୍ରତିଯୋଗିତାରେ ୧୨ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀମାନଙ୍କ ସ୍ବାଗତ ନୃତ୍ୟ ପରିବେଶଣ କରାଯାଇଥିଲା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବେହେରା ଅତିଥୁ ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ପୀତାମ୍ବର ବେହେରାଙ୍କ ସମେତ ଅଧ୍ୟାପକ ନିର୍ମଳରଞ୍ଜନ ସାହୁ,

ପବିତ୍ର କୁମାର ସାହୁ, ଅଧ୍ୟାପିକା ଡକ୍ଟର ସ୍ବପ୍ନାମାନସୀ ପୃଷ୍ଟି, ସୁମିତ୍ରା ସ୍ବାଇଁ ପ୍ରମୁଖ ମଂଚ ପରିଚାଳନାରେ ସହାୟତା କରିଥିଲେ । ଅଧ୍ୟାପକ ଉପେନ୍ଦ୍ର କୁମାର ନାୟକ, ବସନ୍ତ କୁମାର ସାହୁ, ଅଶୋକ କୁମାର ନାୟକ, ଜୟନ୍ତୀ କୁମାର ମଲ୍ଲିକ, ନୀଳମଣି ମଲ୍ଲିକ,ଅଭୟ କୁମାର ବେହୁରା, ନାରାୟଣ ବାରିକ ପ୍ରମୁଖ ଅନୁଷ୍ଠାନର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ କପିଳେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।