ଅଡବା ପୋଲିସ ର ଚଢ଼ାଉ୧୭୭ କେଜି ଗଞ୍ଜେଇ ଜବତ ଜଣେ ଗିରଫ – ପାରଳଖେମୁଣ୍ଡି


ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ପାରଳଖେମୁଣ୍ଡି :- ଗଜପତି ଜିଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପେଟ୍ରୋଲିଂ କରିବା ସମୟରେ ଆଜି ସକାଳେ ରଙ୍ଗନାଥନାୟକନାମକ୩୭ ବର୍ଷ ଜଣେ ଯୁବକ ଯାହାର ଗାଁ ହେଲା ପରମାଗୁଡା ସେ ଚୋରାରେ୧୭୭ କେଜି ଗଞ୍ଜାଇ ୮ ଟି ବେଗ ରେ ଧରି ଯାଉଥିବା ସମୟରେ ଧରାପଡି ଥିବା ବେଳେ ତାଙ୍କ ନାଁରେ ଅଡବାଥାନାରେ କେଶ ନମ୍ବର ୫୭/୨୦୨୦ୟୁଏସ-୨୦ ବି (ii)(c)ndps act ରେ ଏକ ମକଦ୍ଦମା ରଜୁ କରି ଆସାମୀ କୁ ଗିରଫ କରାଯାଇ ଥିବା ପୋଲିସ କହିଛିl ଏହି ଚଢାଉ ରେ ଅଡବା ଥାନା ଅଧିକାରୀ ରଞ୍ଜନ କୁମାର ଜଗଦଲ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଭାଗ ନେଇଥିଲେ l (ପାରଳଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)