20 ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍ : ବୌଦ୍ଧକୁ ହରାଇ ସେମିରେ ଅନୁଗୁଳ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହରଭଙ୍ଗା :-> ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ 20 ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ଗୁରୁବାର ଦିନ ରେ ପହଞ୍ଚିଛି । ଟୁର୍ନାମେଣ୍ଟ ର ଗୃପ ବିର ପ୍ରଥମ ମ୍ୟାଚ ଅନୁଗୁଳ ଏ. କେ. କ୍ଳବ ସହିତ ବୌଦ୍ଧ ଆଇ. ଆର. ବି ପୋଲିସ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଦର୍ଶକ ମନଭରି ଉପଭୋଗ କରିଥିଲେ l ଚତୁର୍ଥ ଦିନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି , ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର, ବଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ପୁରୁଣାକଟକ ସରପଞ୍ଚ ଅଶୋକ ସେଠି, ପୂର୍ବତନ ସାମ୍ପଚ ସରପଞ୍ଚ ନିରାକାର ଭୋଇ ଓ ଆସୋସେସନ କମିଟିର ସଭାପତି ଅର୍ଜୁନ ପ୍ରଧାା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

ଉଭୟ ଦଳ ଖେଳ ଭଲ ପ୍ରଦର୍ଶନ କରିଥିଲେ ବି ଖେଳର ପ୍ରଥମାର୍ଦ୍ଧରେ ବୌଦ୍ଧ ବିପକ୍ଷରେ ଗୋଟିଏ ଗୋଲ ଦେଇ ଅନୁଗୁଳ ଦଳ ଖାତା ଖୋଲିଥିଲା । ମଧ୍ୟାନ୍ତର ପରେ ପୁଣି ଅନୁଗୁଳ ପକ୍ଷରୁ ଆଉ ଏକ ଗୋଲ ଦେଇ ୨.୦ ରେ ଆଗୁଆ ହୋଇଥିଲା ଅନୁଗୁଳ ଦଳ । ମ୍ୟାଚର ଶେଷ ପର୍ଯ୍ୟନ୍ତ ବୌଦ୍ଧ ଆଇଆରବି ଦଳ ଗୋଲ ପରିଷଦ ପାଇଁ ପ୍ରୟାସ କରିଥିଲେ ବି ଅସମର୍ଥ ହୋଇଥିଲେ । ଫଳରେ ଅନୁଗୁଳ ଦଳ ବିଜୟୀ ହୋଇ ଦ୍ଵିତୀୟ ସେମି ଫାଇନାଲରେ ପ୍ରବେଶ କରିଛି ।

ଆଜିର ଟୁର୍ନାମେଣ୍ଟ ରେ ମୁଖ୍ୟ ରେଫରି ଭାବେ ସୁଜିତ ରାଜହଂସ, ଲାଇନ୍ସମ୍ୟାନ ଭାବେ ଦେବବ୍ରତ ବେହେରା, ଗରିବ ବେହେରା ଓ ଚତୁର୍ଥ ରେଫରି ଭାବେ ସଲିଲ ବେହେରା ଖେଳକୁ ପରିଚାଳନା କରିଥିଲେ l ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ଉପସଭାପତି ବିଜ୍ଞାନ କର୍ଣ, ସହ ସମ୍ପାଦକ ପ୍ରବୀଣ ବେହେରା,କୋଷାଧକ୍ଷ ଚିକୁ ମହାନ୍ତି, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, କାହ୍ନ। ବାରିକଙ୍କ ସମେତ ତିଲେଶ୍ୱର ବଜାର ଆସୋସେସନ ର ସମସ୍ତ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଲେ l