ଚତୁର୍ଥ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କେନ୍ଦୁଝର ସେମିରେ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମସ୍ଥିତ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ତିମ କ୍ୱାଟର ଫାଇନାଲ ମ୍ୟାଚରେ  କେନ୍ଦୁଝର ଦଳ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି । କେନ୍ଦୁଝର କ୍ରିକେଟ କ୍ଲବ  ଓ କିଆଝର କ୍ରିକେଟ କ୍ଲବ ମଧ୍ୟରେ ଅନ୍ତିମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି ।

କିଆଝର କ୍ରିକେଟ କ୍ଲବ ଟସ ଜିତି ନିର୍ଦ୍ଧାରିତ ଓଭରେରେ ୯ ଉଇକେଟ ବିନିମୟରେ ୧୯୮ ରନ ସଂଗ୍ରହ କରି ଥିବା ବେଳେ ପ୍ରତି ଜବାବରେ କେନ୍ଦୁଝର କ୍ରିକେଟ କ୍ଲବ ବ୍ୟାଟିଂ କରି ୫ ଉଇକେଟ ହରାଇ  ୨୦୦ ରନ ସଂଗ୍ରହ କରି ବିଜୟ  ହୋଇଥିଲା । ଖେଳରେ ସ୍ଥାନୀୟ ଇଣ୍ଡିଆନ ବ୍ୟାଙ୍କର ମୁଖ୍ୟ ପରିଚାଳକ ସନ୍ତୋଷ  ସେନାପତି ଓ  ହୋଟେଲ ସ୍ପେସ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ

ସୋମ ନାରାୟଣ ମିଶ୍ର ପ୍ରମୁଖ  ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଅମ୍ପାୟର ରମାକାନ୍ତ ପାତ୍ର ଓ ବିଜୟ କୁମାର ପାଇକରାୟ  ପରିଚାଳନା କରିଥିବା ବେଳେ ରେଫରି ବଂଶୀଧର ପାଣିଗ୍ରାହୀ ପରିଚାଳନା କରିଥିଲେ । ଓମ ପ୍ରକାଶ ବ୍ରହ୍ମା,ସିଦ୍ଧେଶ୍ୱର ବେହେରା  ଓ ସଞ୍ଜୟ କୁମାର ପାଣିଗ୍ରାହୀ  ସ୍କୋର ଦାୟିତ୍ବ ତୁଲାଇଥିବା ବେଳେ ଭାଷ୍ୟକାର ଚିନ୍ମୟ ପଣ୍ଡା   ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଶ୍ରୀକାନ୍ତ ବାହିନୀପତି, ଦିଲ୍ଲୀପ କୁମାର ପାଣିଗ୍ରାହୀ,ଜ୍ଞାନ ରଞ୍ଜନ ଜେନା ଓ ସମ୍ବିତ କୁମାର ସାହୁ ସହଯୋଗ କରିଥିଲେ।