ଜାତୀୟ କଂଗ୍ରେସ ର ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ଭାରତୀୟ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଅଛି । ପ୍ରତିଷ୍ଠା ଦିବସ ଅବସରେ ଜାତୀୟ କଂଗ୍ରେସ ପକ୍ଷ ରୁ ବାରିପଦା ଠାରେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ମଲ୍ଲୀକାର୍ଜୁନ ଖର୍ଗ ଏବଂ ଓବିସି ବିଭାଗ ରାଷ୍ଟ୍ରୀୟ ଚେୟାରମ୍ୟାନ କେପ୍ଟେନ ଅଜୟ ସିଂହ ଯାଦବ ଓ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୩୯ ତମ ପ୍ରତିଷ୍ଠା ଦିବସ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ମିଡ଼ିଆ ସଂଯୋଜକ ଓବିସି ବିଭାଗ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ କର୍ମୀମାନଙ୍କ ଦ୍ୱାରା ଦଳୀୟ ସ୍ଲୋଗାନ ଦିଆଯାଇ ଆଗକୁ କଂଗ୍ରେସ ଦଳକୁ ମଜବୁତ କରିବାପାଇଁ ଯୁବ SC, ST, OBC ଏବଂ Minority ବର୍ଗର ନେତୃତ୍ୱ ର ବିକାଶ ଦିଗରେ ବେଶି ଧ୍ୟାନ ଦିଆଯିବ ବୋଲି ଶପଥଗ୍ରହଣ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ଓବିସି ନେତା ସତ୍ୟବାନ ଦଳନାୟକ, ବାରିପଦାର ବାଦଲ ହେମ୍ବ୍ରମ, ବାଙ୍ଗରିପୋଷୀର ଛୁଟୁରାମ ବିନ୍ଧାଣୀ, ବଡ଼ସାହିର ଇଂ ଗଣେଶ ଚନ୍ଦ୍ର ବେହେରା, ମୋରଡାର ଭବାନୀଶଙ୍କର ସାହୁ,

ବରିଷ୍ଠ କଂଗ୍ରେସ ନେତା ଭୋଜଗୋବିନ୍ଦ ଦଳାଇ,ମୟୁରଭଞ୍ଜ ଜିଲ୍ଲା ଓବିସି ମିଡ଼ିଆ ସଂଯୋଜକ କଲ୍ୟାଣୀ ପାତ୍ର,ବଡ଼ସାହି ବ୍ଲକ ମିଡ଼ିଆ ସଂଯୋଜକ ଓବିସି ବୃନ୍ଦାବତୀ ନାୟକ,ଇଂ ସଲିଲ ଦେ,ଯୁବ ନେତା ଧୀରେନ୍ଦ୍ର ସିଂହ ଏବଂ ବହୁ କଂଗ୍ରେସ ଯୁବ, ଛାତ୍ର,କୃଷକ, ଶ୍ରମିକ, ମହିଳା ପ୍ରମୁଖ ଯୋଗଦାନ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଛନ୍ତି lତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବା ପାଇଁ ପରାମର୍ଶ ଦିଆଯାଇଥିଲା .