ପ୍ରଣାମ ବାଜପେୟୀ : ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୯୯ତମ ଜନ୍ମ ବାର୍ଷିକୀରେ ତା’ଙ୍କର କୀର୍ତ୍ତି ମାନର ଗୁଣଗାନ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ପୂର୍ବତନ ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ପୁରୁଷ ବିଶିଷ୍ଟ ରାଜନେତା ଭାରତରତ୍ନ ସ୍ବର୍ଗତ ଅଟଲ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ବାର୍ଷିକୀ ଅବସରରେ ଜଟଣୀ କର୍ମ ମନ୍ଦିର ଅନୁଷ୍ଠାନ ପକ୍ଷରୁ “ପ୍ରଣାମ ବାଜପେୟୀ : ସୂ’ ଶାସନ ଦିବସ”ମହା ସମାରହରେ ପାଳିତ ହୋଇଯାଇଛି । ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ କର୍ମମନ୍ଦିର ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଜଟଣୀ ଉତ୍ତରାୟଣୀ କ୍ଲବ୍ (ପ୍ରେକ୍ଷାଳୟ) ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମୁଖ୍ୟ ଅତିଥି,ଟାଇମ୍ସ ଅଫ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ମୁଖ୍ୟବକ୍ତା,ବିଶିଷ୍ଟ ସମାଜସେବୀ ରୋଟାରୀଆନ ଅଜୟ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତୀମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ କରି ରାଜ୍ୟରେ ଏମ୍ସ ଭଳି ଏକ ବିଶ୍ଵ ସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା,

ଗାଁ’ଠୁଁ ସହର ତଥା କାଶ୍ମୀର ରୁ କନ୍ୟାକୁମାରୀ ପ୍ରସସ୍ଥ ରାସ୍ତା ଭଳି ଅନେକ କାର୍ଯ୍ୟର ସଫଳତା କେବଳ ବାଜପେୟୀଙ୍କ ଅବଦାନ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଜେପି ରାଜ୍ୟ ପ୍ରବକ୍ତା ତଥା ଇଣ୍ଡିଆନ ଅଏଲ ନିର୍ଦ୍ଦେଶକ ସୁଦୀପ୍ତ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍ମମନ୍ଦିର ଅନୁଷ୍ଠାନର ଅଧ୍ୟକ୍ଷା ସବିତା ରାୟ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ଜେନା, ପ୍ରଶାନ୍ତ ପ୍ରଧାନ, ତିରୁପତି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।