ବାଲୁଗାଁ ମହାବିଦ୍ୟାଳୟ ର #ନୂଆ-ଓ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ  :-> ବାଲୁଗାଁ ମହା ବିଦ୍ୟାଳୟ ର #ନୂଆ-ଓ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଉତ୍ସାହ ଉଦ୍ଦୀପନା ଓ ପ୍ରତିଦ୍ୱନ୍ଦିତା ମୂଳକ ପରିବେଶରେ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଅଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହୋତ୍ସବ ବିଭିନ୍ନ ଦିବସରେ ଯୁକ୍ତ ୨ ଓ ଡ଼ିଗ୍ରୀ ସ୍ତରରେ ଦୌଡ଼କୁଦ, କିର୍କେଟ, ଭଲିବଲ, ବ୍ୟାଡମିଟନ, ମ୍ୟୁଜିକ ଚେୟାର ପ୍ରଭୃତି ଖେଳ ଗୁଡ଼ିକ ସଫଳତାର ସହ ଅଦ୍ୟାବଧି ପରିଚାଳନା କରାଯାଇଛି ।

ଏହି ଅବସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆନ୍ତଃଶ୍ରେଣୀୟ କ୍ରୀଡା ପ୍ରତିଯୋଗିତା କୁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. କଳ୍ପନା ଦାଶ ଓ ଯୁକ୍ତ ୨ ର ଅଧ୍ୟକ୍ଷା ଡ. ଜୟନ୍ତୀ ସାମଲ ଉଦଘାଟନ କରିଥିବା ବେଳେ ମହା ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଇଂ. ପ୍ରଭାସ କୁମାର ସୁନ୍ଦରାୟ ଓ ଜିଲ୍ଲା ସଭ୍ୟା ଶ୍ରୀମତୀ ସବିତା ସୁନ୍ଦରାୟ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କ ସହିତ ଭାବବିନିମୟ କରିବା ସହିତ ଉତ୍ସାହିତ କରିଥିଲେ ।

ବିଭିନ୍ନ ବର୍ଗରେ ଯଥା କିର୍କେଟ,ବ୍ୟାଡମିଟନ ଓ ଭଲିବଲ ଆଦି ଖେଳରେ ଯୁକ୍ତ ୩ ତୃତୀୟ ବର୍ଷ ଓ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଶିକ୍ଷାର୍ଥୀ ମାନେ ବିଜୟ ଲାଭ କରିଥିବା ସମୟରେ ଯୁକ୍ତ ୨ ସ୍ତରରେ ଦ୍ୱିତୀୟ ବର୍ଷର ଶିକ୍ଷାର୍ଥୀ ମାନେ ଉତ୍କର୍ଷତା ଲାଭ କରିଛନ୍ତି । କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଧରିତ୍ରୀ ବିଶୋଇ, କ୍ରୀଷ୍ଣା ଅନନ୍ୟା ନାୟକ, ଶିବାନୀ ନାୟକ, ଶୁଭଶ୍ରୀ ବେହେରା, ବର୍ଷାରାଣୀ ବରାଳ, ମୋନାଲି ଜାଲି, ପ୍ରତିଭା ଜାଲି, ରାଜେଶ ବରାଳ, ବିଚିତ୍ର ପରିଡ଼ା,

ସାଲୋନି ପାତ୍ର, ବିଦୂତ୍ ଲତା ଦାସ, ମିକିନା ଦାସ ପ୍ରମୁଖ ଶିକ୍ଷାର୍ଥୀ କ୍ରୀଡା ନିମନ୍ତେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି । ଯୁକ୍ତ ୨ ର ନୋଡ଼ାଲ ଅଫିସର ଡ. ସନ୍ତୋଷ କୁମାର ରଥ ଓ ଯୁକ୍ତ ୩ ର ନୋଡ଼ାଲ ଅଫିସର ଡ. କୌଳାସ ଚନ୍ଦ୍ର ମହାରଣାଙ୍କ ପରାମର୍ଶରେ ସଫଳତାର ସହିତ ସମ୍ପାଦିତ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ମୃଡାନି ଶଙ୍କର ପ୍ରସାଦ ମିଶ୍ର, ଡ. ଲକ୍ଷ୍ମୀଧର ସୁବୁଦ୍ଧି, ସୁବାସ ଶ୍ରୀଚନ୍ଦନ, ସୁବ୍ରତ ତ୍ରିପାଠୀ, ମନୋଜ ନାୟକ, ଦୀପକ ପରିଡ଼ା, ଅଧ୍ୟାପିକା ମନସ୍ୱିନି ପଟନାୟକ ଓ ସ୍ୱାତୀ ସ୍ୱାଗତିକା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।