ଚମ୍ପୁଆ ଠାରେ ୨୭ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି ।  ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ ପ୍ରଥମେ ରିମୁଳି ଠାରେ ଥିବା ଓଡିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ଚମ୍ପୁଆ ସଦର ମହକୁମାରେ ଥିବା

Sub-Divisional Hospital ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ମେଡିକାଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଚମ୍ପୁଆ Md.Hayat ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ୨୭ତମ ବିଜେଡି ପ୍ରତିଷ୍ଠା ଦିବସରେ ହଜାର ହଜାର ଲୋକମାନଙ୍କ ଜନସମାଗମ ଦେଖିବାକୁ ମିଳିଥିଲା ।

ଉକ୍ତ ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଦଳ ଗଠନ ହୋଇ ଏବେ କିପରି ଜନ ଆନ୍ଦଳନରେ ପରିଣତ ହୋଇଛି ଏବଂ ଭୋକର ଭୂଗଳରୁ ବଳକା ରାଜ୍ୟରେ ପରିଣତ ହୋଇପାରିଛି ତାହା ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ତାଙ୍କ ଉଦବୋଧନରେ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଯୋଡା ପୌରାଧ୍ୟକ୍ଷ ଡ.ଜଗଦୀଶ ସାହୁ,ଉପାଧ୍ୟକ୍ଷା ସଂଧ୍ୟା ପାତ୍ର,ଚମ୍ପୁଆ ଏନ.ଏ.ସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ,ଉପାଧ୍ୟକ୍ଷା ସୁମିତ୍ରା ବେହେରା,ପୂର୍ବତନ ସାଂସଦ ଯଶବନ୍ତ ସିଂ ଲାଗୁରୀ,

ବିଜେଡି ଜିଲ୍ଲା ସଂପାଦକ ଲଛମନ ମହାନ୍ତ ସମେତ ସମସ୍ତ ସମସ୍ତ କାଉସିଲର ଏବଂ ସରପଞ୍ଚ ଓ ସମିତି ସଭ୍ୟା ତଥା ବିଜୁ ଜନତା ଦଳର ଯୋଡା ଚମ୍ପୁଆ ବ୍ଲକର ଯୁବ ଛାତ୍ର ସଭାପତି ଗଣ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।