ଅଲଟିମେଟ୍ ଖୋ ଖୋ ସିଜିନ୍‌-୨ରେ ରାଜସ୍ଥାନ ୱାରିୟର୍ସର କ୍ରମାଗତ ୨ୟ ପରାଜୟ

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋର ୨ୟ ଦିବସର ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି ଗୁଜରାଟ ଜିଆଂଟ୍‌ସ ଓ ରାଜସ୍ଥାନ ୱାରିୟର୍ସ । ଆଜିର ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସ, ରାଜସ୍ଥାନ ୱାରିୟର୍ସ ବିପକ୍ଷରେ ୪୧-୩୦ ର ଏକ ରୋମାଂଚକର ସ୍କୋର ସହିତ ବିଜୟ ହାସଲ କରିଛି । ଏଥିସହିତ ଚଳିତ ସିଜନରେ ରାଜସ୍ଥାନ ୱାରିୟର୍ସ କ୍ରମାଗତ ଭାବେ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

ଏହି ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସ ପକ୍ଷରୁ ପି ନାରାସାୟା ଦଳର ବିଜୟରେ ସର୍ବାଧବକ ୮ ପଏଂଟ୍‌ର ଯୋଗଦାନ ଦେଇଥିବା ବେଳେ ସଙ୍କେତ କଦମ ଓ ସୁୟାଶ ଗର୍‌ଗାଟେ ୬ ପଏଂଟ୍ ଲେଖାଏଁ ଯୋଗଦାନ ଦେଇଥିଲେ । ଶୁଭମ ଥୋରାଟ୍‌, ଅଭିନନ୍ଦନ ପାଟିଲ ଓ ଅକ୍ଷୟ ଭଙ୍ଗାରେ ୬.୫୩ ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଡିଫେଣ୍ଡ କରିବା ସହ ଦଳର ବିଜୟ ପାଇଁ ବୋନଓ ପଏଂଟ୍ ହାସଲ କରିଥିଲେ ।

ଏହି ବିଜୟ ସହିତ ଗୁଜରାଟ ଜିଆଂଟ୍‌ସ ଆସନ୍ତାକାଲି (ମଙ୍ଗଳବାର) ମୁମ୍ବାଇ ଖିଲାଡିସ୍‌କୁ ଭେଟିବ । ସେହିପରି ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍‌ସ ନିଜର ୨ୟ ମ୍ୟାଚ୍‌ରେ ଚେନ୍ନାଇ କ୍ୱିଗ୍ ଗନ୍‌ସ ସହ ପ୍ରତିଦ୍ୱନ୍ଦିତା କରିବ । ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି ।  

ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ମ୍ୟାଚ୍‌ରେ ବିଜୟୀ ଦଳ ଗୁଜୁରାଟ ଜାଏଂଟସରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ,

 

ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ଖେଳାଳି ସାମିଲ ଥିଲେ । ସେହିପରି ରାଜସ୍ଥାନ ୱାରିୟର୍ସ ଦଳରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍‌, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ଆଦି ଖେଳାଳି ସାମିଲ ଥିଲେ ।