ୟଙ୍ଗ ଉତ୍କଳ କଟକ ଠାରୁ ୬-୨ ଗୋଲରେ ରାମଧୂନ କ୍ଳବ ସୋନପୁର ପରାସ୍ତ

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଓଡ଼ଗାଁ :-> ଓଡ଼ଗାଁ ୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ରାମଧୂନ କ୍ଳବ ଭୁବନେଶ୍ୱର ୬-୨ ଗୋଲରେ ୟଙ୍ଗ ଉତ୍କଳ କଟକ ଠାରୁ ଶୋଚନୀୟ ପରାସ୍ତ ହୋଇଛି।ଖେଳ ପ୍ରଥମାର୍ଦ୍ଧରେ କଟକ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ପ୍ରଥମାର୍ଦ୍ଧର ୫ ମିନିଟରେ ୨୩ ନଂ ଜର୍ସି ସତ୍ୟନାରାୟଣ ପ୍ରଧାନ ପ୍ରଥମ ଗୋଲ,୨୭ତମ ମିନିଟରେ ୧୨ ନଂ ଜର୍ସି ବାପୁନି ବିନ୍ଧାଣୀ ୨ୟ ଗୋଲ,୩୬ତମ ଓ ୪୦ତମ ମିନିଟରେ ୧୦ ନଂ ଜର୍ସି କ୍ରମାଗତ ଦୁଇଟି ଗୋଲ ଦେଇଥିଲେ ।

ଠିକ ସେହିପରି ଦ୍ବିତୀୟାର୍ଦ୍ଧର ଖେଳ ଆରମ୍ଭର ୯ ମିନିଟରେ କଟକ ଦଳ ପକ୍ଷରୁ ୮ ନଂ ଜର୍ସି ସୁନୀଲ ସୋରେନ ୫ମ ଗୋଲ,୮୧ ନଂ ଜର୍ସି ଗଣେଶ ସେଠୀ ୬ଷ୍ଠ ଗୋଲ ସ୍କୋର କରି ଦଳ ପାଇଁ ବିଜୟର ପଥ ପରିଷ୍କାର କରିଥିଲେ । ବହୁ ଚେଷ୍ଟା କରି ମଧ୍ୟ ସୋନପୁର ଦଳ ପକ୍ଷରୁ ୧୭ ମିନିଟରେ ୧୧ ନଂ ଜର୍ସି ରଘୁ ହେମ୍ବ୍ରମ ୧ମ ଗୋଲ,୩୮ ମିନିଟରେ ୮ ନଂ ଜର୍ସି ଲକି ଦ୍ଵିତୀୟ ଗୋଲ କରିବାରେ ସକ୍ଷମ ହୋଇଥିଲେ ।

ଆଜିର ଖେଳକୁ ରାଜୁ ମହାନ୍ତି ପରିଚାଳନା କରିଥିବାବେଳେ ଟୁଲୁ ସିଂ,ଶଶୀକାନ୍ତ ଦାସିଆ,ଜଗନ୍ନାଥ ପରିଡା ଲାଇନରେ ସହାୟତା କରିଥିଲେ । ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିରୂପେ ସ୍ଥାନୀୟ ପିମିଟ କଲେଜର ନିର୍ଦ୍ଦେଶକ ସୁଶୀଲ କୁମାର ପ୍ରଧାନ,ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ ଓ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

ଆଜିର ମ୍ୟାଚର କଟକ ଦଳର ୧୦ ନଂ ଜର୍ସି ଚିଣ୍ଟୁ ସାମଲ ଶ୍ରେଷ୍ଠ ଖେଳାଳି ଭାବରେ ମୁଖ୍ୟ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସୁଶାନ୍ତ ପାତ୍ର,ନରେଶ ପାଣିଗ୍ରାହୀ ଭାସ୍ୟକାର ଦାୟିତ୍ୱ ତୁଲାଇଥିବାବେଳେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ,ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୋୖଧୁରୀ,

ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଦିଲ୍ଲୀପ କୁମାର ମାର୍ଥା,ରଞ୍ଜନ କୁମାର ଦାସ,ପଞ୍ଚାନନ ପଣ୍ଡା,ଜୟକୃଷ୍ଣ ପଲେଇ, କେଦାରଚନ୍ଦ୍ର ସାହୁ,ଜୟକୃଷ୍ଣ ଜେନା ସକ୍ରିୟ ସହଯୋଗ କରିଥିଲେ । ଆସନ୍ତାକାଲି ସ୍ପୋର୍ଟସ ହଷ୍ଟେଲ କଟକ ଓ ୟୁନାଇଟେଡ଼ ଏଫସି ଗଣ୍ଡରପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ଜଣାପଡିଛି ।