ଚନ୍ଦ୍ରଶେଖର କଲେଜ,ଚମ୍ପୁଆର #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଦ୍ବାରା ଆୟୋଜିତ ହୋଇଥିବା କ୍ରୀଡା ଓ ସାଂକୃତିକ ପ୍ରତିଯୋଗୀତା ଉଦ୍ ଯାପିତ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆର :-> ଯୁବପୀଢି କିପରି କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ ନିଜର ପ୍ରତିଭା ଦେଶ ବିଦେଶରେ ପ୍ରସାର ପ୍ରଚାର ହୋଇପାରିବେ ସେଥିପାଇଁ ରାଜ୍ୟସରକାରଙ୍କ #ନୂଆ-ଓ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଆନନ୍ଦ ଉଲ୍ଲାସର ସହିତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି ।ଏହି କାର୍ଯ୍ୟକ୍ରମର ଉଦ୍ ଯାପନୀ ଉତ୍ସବରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ସ୍ଥଳେ

ଏନ.ଏ.ସି ଅଧ୍ୟକ୍ଷ ଗିରିଜା ଶଂକର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତି ମହାନ୍ତ

ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କଲେଜ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଥିଲେ କି ଓଡିଶା ସରକାର ସବୁବେଳେ ଆମ ଯୁବପୀଢିଙ୍କ ପାଇଁ ନିଷ୍ଠାର ସହ କାମ କରି ଆସିଛନ୍ତି ।

ପ୍ରତ୍ୟେକ କ୍ଷେତ୍ରରେ କିପରି ରାଜ୍ୟ ତଥା ଦେଶକୁ ପ୍ରତିନିଧିତ୍ବ କରି ସୁନାମ ଅର୍ଜନ କରିବେ ସେଥିପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚିନ୍ତାକରି ଆସିଛନ୍ତି ବୋଲି ତାଙ୍କ ଉଦ୍-ବୋଧନ ରେ କହିଥିଲେ ।