#ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନ ସମାରୋହ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡବିଲ ମହାବିଦ୍ୟାଳୟ ଏବଂ ଯୋଡ଼ା ମହିଳା ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଦ୍ବାରା ଆୟୋଜିତ ଖେଳ ପ୍ରତିଯୋଗିତାର ଉଦଯାପନ ହୋଇଯାଇଛି ।

ଏହି ଉଦଯାପନୀ ଦିବସ ଅବସରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ବିଜେତା ପ୍ରତିଯୋଗୀଙ୍କୁ ନିଜ ହସ୍ତରେ ପୁରସ୍କାର ବିତୋରଣ କରି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଓଡିଶାକୁ ସଶକ୍ତ ସମୃଦ୍ଧ ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି ସେଥିରେ ସମସ୍ତେ ସେଥିରେ ସହଯୋଗ କରିବା ନିତାନ୍ତ ଜରୁରୀ ବୋଲି

ସ୍ଥାନୀୟ ବିଧାୟିକା ଶ୍ରୀମତି ମହାନ୍ତ ତାଙ୍କ ଅଭିଭାଷଣରେ କହିଥିଲେ  ଏବଂ  #ନୂଆ-ଓ*ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜୁ ଜନତା ଦଳର କର୍ମକର୍ତ୍ତା ସମେତ କଲେଜର ଅଧ୍ୟକ୍ଷ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।