୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ବାଦଲ ଏକାଡେମୀ ଭଦ୍ରକକୁ ହରାଇ – ଜଗା ୟୁନାଇଟେଡ଼ ଭୁବନେଶ୍ବର ୧ମ ସେମିଫାଇନାଲକୁ ଉନ୍ନୀତ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଓଡ଼ଗାଁ :->  ଓଡ଼ଗାଁ ମିନିଷ୍ଟାଡିୟମଠାରେ ରବିବାର ଅପରାହ୍ନରେ ୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ ୨୦୨୩କୁ ନୟାଗଡ଼ ବିଧାୟକ ତଥା ଅନୁଷ୍ଠାନ ସଭାପତି ଡ଼ ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବରେ କ୍ରୀଡା ପତାକା ଉତ୍ତୋଲନ କରି ଉଦଘାଟନ କରିଥିଲେ।ଉଦଘାଟନୀ ମ୍ୟାଚ ବାଦଲ ଏକାଡେମୀ ଭଦ୍ରକ ଓ ଜଗା ୟୁନାଇଟେଡ଼ ଭୁବନେଶ୍ୱର ମଧ୍ୟରେ ଅପରାହ୍ନ ୩ ଘଟିକା ୧୮ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମାର୍ଦ୍ଧର ୨୨ ମିନିଟରେ ଜଗା ଦଳର ୯ ନଂ ଜର୍ସି ସିଲନ ପ୍ରଥମ ଗୋଲ,୩୦ ମିନିଟରେ ୩ ନଂ ଜର୍ସି ଆଣ୍ଡ୍ରୋ ଜୁନିୟର ଦ୍ଵିତୀୟ ଗୋଲ,୩୭ତମ ମିନିଟରେ ୨ ନଂ ଜର୍ସି ସୋମନାଥ ତୃତୀୟ ଗୋଲ ସ୍କୋର କରି ଦଳକୁ ଆଗୁଆ ରଖିଥିଲେ।ବହୁ ଚେଷ୍ଟା କରି ଭଦ୍ରକ ଦଳ କୌଣସି ଗୋଲ ସ୍କୋର କରିପାରିନଥିଲେ।ଦ୍ବିତୀୟାର୍ଦ୍ଧ ଆରମ୍ଭର ୧୨ତମ ମିନିଟରେ ଜଗା ଦଳର ୧୧ ନଂ ଜର୍ସି ଡେଭିଡ ଚତୁର୍ଥ ଗୋଲ କରି ଦଳ ପାଇଁ ବିଜୟର ପଥ ପରିଷ୍କାର କରିଥିଲେ।

ଶ୍ରେଷ୍ଠ ଖେଳାଳି ଭାବରେ ଜଗା ୟୁନାଇଟେଡ ଦଳର ଆଣ୍ଡ୍ରୋ ଜୁନିୟର ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଅନ୍ୟପକ୍ଷେ ଉଦଘାଟନୀ ଖେଳର ପ୍ରାରମ୍ଭରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ ଓ ସ୍ଥାନୀୟ ଅଞ୍ଚଳର ପୁରାତନ ଖେଳାଳିଙ୍କ ଦ୍ଵାରା ରଘୁନାଥ ମନ୍ଦିର ଠାରୁ ମିନିଷ୍ଟାଡିୟମ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ଲୋକନାଥ ସାହୁ,ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ,

ସମବାୟ ନିର୍ଦ୍ଦେଶକ ବିଭୁପ୍ରସାଦ ସାହୁ,ନିତ୍ୟାନନ୍ଦ ପ୍ରଧାନ,ଯୁଗ୍ମ ସମ୍ପାଦକ ଦିବାକର ନାୟକ,ବରିଷ୍ଠ ଆଇନଜୀବୀ ଗୋବିନ୍ଦଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ସରପଞ୍ଚ ସସ୍ମିତା ପାତ୍ର,ଶାରଦା ଦୋରା,ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ,ମହନ୍ତ ବେହେରା,ଶ୍ୱେତାଲିନା ମିଶ୍ର ଓ ଓଡ଼ଗାଁ ସାମ୍ବାଦିକ ସଂଘର ସଦସ୍ୟମାନେ ଅତିଥିମାନେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ରାଜୁ ମହାନ୍ତି, ଅଶୋକ କୁମାର କଅଁର,

ଶଶିକାନ୍ତ ଦାସିଆ,ଜଗନ୍ନାଥ ପରିଡା ରେଫରୀ ଭାବରେ ଖେଳ ପରିଚାଳନା କରିଥିବାବେଳେ ସୁଶାନ୍ତ ପାତ୍ର,ନରେଶ ପାଣିଗ୍ରାହୀ,ସାର୍ଥକ ଷଡଙ୍ଗୀ କ୍ରୀଡା ବିବରଣୀ ପ୍ରଦାନ କରିଥିଲେ।ଆସନ୍ତାକାଲି ରାମଧୂନ କ୍ଳବ ସୋନପୁର ଏବଂ ୟଙ୍ଗ ଉତ୍କଳ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।ଦିଲ୍ଲୀପ କୁମାର ମାର୍ଥା,ପ୍ରଫୁଲ କୁମାର ଡାକୁଆ,ରଞ୍ଜନ କୁମାର ଦାସ,ପଞ୍ଚାନନ ପଣ୍ଡା,ଜୟକୃଷ୍ଣ ପଲେଇ,କେଦାରଚନ୍ଦ୍ର ସାହୁ,ଜୟକୃଷ୍ଣ ଜେନା ସକ୍ରିୟ ସହଯୋଗ କରିଥିଲେ।