ବଡବିଲ ଠାରେ ଅନୁଷ୍ଠିତ ହୋଇଥିବା ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଂ-୨୬ ଓ ନଂ-୨୭ ଜୋନର ସମସ୍ତ ପଞ୍ଚାୟତରୁ ମୋଟ ୭୫୦ରୁ ଅଧିକ ବିଜେଡି କର୍ମକର୍ତାଙ୍କୁ ନେଇ ବଡବିଲ ନଗର ଭବନ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଗତ ୪ଦିନ ଧରି ଏହି ନିର୍ବାଚନ ମଣ୍ଡଳୀ ସ୍ତୋରୀୟ ପ୍ରଶିକ୍ଷଣ ଶିବିରର ଆଜି ଥିଲା ଅନ୍ତିମ ଦିବସ । ମୋଟ ୩ହଜାର ବିଜୁ ଜନତା ଦଳର ଆଗଧାଡିର କର୍ମି ମାନଙ୍କୁ ପ୍ରଶିକ୍ଷିତ କରା ଯାଇ ଥିବାର ଦେଖିବାକୁ ମିଳିଛି ।

ଆଗାମି ୨୦୨୪ ସାଧାରଣ ନିର୍ବାଚନରେ କେମିତି ଅଧିକ ରୁ ଅଧିକ ଭୋଟ ବିଜୁ ଜନତା ଦଳ ସପକ୍ଷରେ ଯିବ ଏବଂ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟ ଲାଭ କରି

ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗୁରୁ ଦକ୍ଷିଣା ଦିଆଯିବ ବୋଲି ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସମେତ ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,୨୭ନଂ ଜୋନର ଜିଲ୍ଲା ପରିଷଦ ଶଶିକାନ୍ତ ଖିଲାର ଏବଂ ସରପଞ୍ଚ ,ସମିତି ସଭ୍ୟମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।