ଷ୍ଟାର୍ଟଅପ୍‌ଗୁଡିକୁ ସଶକ୍ତ ଓ ସମର୍ଥନ କରିବା ପାଇଁ ଶିଳ୍ପଗୁଡିକୁ ଆବେଦନ କରିଛନ୍ତି ବିଶେଷଜ୍ଞ

ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍‌ସ୍‌’ ଉପରେ ଗୋଲ୍‌ଟେବୁଲ ବୈଠକ ଆୟୋଜିତ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି – ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ  ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍‌) ସହ ସହଭାଗିତାରେ ଏକ ଉଲ୍ଲେଖନୀୟ ବିଷୟବସ୍ତୁ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍‌ସ’ ସହିତ ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ର ୧୦ମ ଦିନକୁ ଚିହ୍ନିତ କରିଛି 

ୟୁସିସିଆଇଏଲ୍‌ର ଅଧ୍ୟକ୍ଷ ଶ୍ରୀ ବ୍ରହ୍ମା ମିଶ୍ରଙ୍କ ସ୍ୱତନ୍ତ୍ର ଅଧ୍ୟକ୍ଷତା ଅଧିନରେ ଏହି କାର୍ଯ୍ୟକ୍ରମ ଏକ ଉନ୍ନତ ଗୋଲ୍‌ଟେବୁଲ ଆଲୋଚନାର ଆୟୋଜନ କରିଥିଲା ଯେଉଁଥିରେ ଶିଳ୍ପର ବିଶିଷ୍ଟ ବ୍ୟକ୍ତି ଓ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ. ଶ୍ରୀ ମିଶ୍ର ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ୍‌ଗୁଡିକୁ ସହଯୋଗ କରିବା, ବଜାର ପହଂଚ ଓ ନିବେଶକଙ୍କ ଯୋଗଦାନକୁ ସୁଗମ କରୁଥିବା ଏକ ପରିବେଶ ବିକଶିତ କରିବା କ୍ଷେତ୍ରରେ ଓଡିଶାର ଶିଳ୍ପଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମହତ୍ୱ ଦେଇଥିଲେ ।

ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରି ଏସାର ମିନ୍‌ମେଟ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଶଶି ଶେଖର ମହାନ୍ତି ଷ୍ଟାର୍ଟଅପ୍‌ଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ଆଲୋକିତ କରିଥିଲେ ଏବଂ ସେମାନଙ୍କର କ୍ଷମତାକୁ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ରେଖାଙ୍କିତ କରିଥିଲେ । ସେ କହିଥିଲେ, ‘ଷ୍ଟାର୍ଟଅପ୍‌ଗୁଡିକ ସଠିକ୍ ନୀତିଗତ ହସ୍ତକ୍ଷେପ ଓ ସହଯୋଗୀ ପଦକ୍ଷେପ ସହିତ ରାଜ୍ୟର ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ।’

ସେହିପରି ଏଆଇସି ନାଳନ୍ଦାର ସିଇଓ ଶ୍ରୀଯୁକ୍ତ ଦୂର୍ଗାପ୍ରସାଦ ମାର୍ଗଦର୍ଶନ, ବଜାର ପଂହଚ ଓ ପ୍ରାରମ୍ଭିକ ପର୍ଯ୍ୟାୟ ଫଣ୍ଡିଂ ଆଦି ଶିଳ୍ପ ପ୍ରଦାନ କରିପାରୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଉପରେ ବ୍ୟାଖ୍ୟା କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ବକ୍ତାଙ୍କ ମଧ୍ୟରେ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ, ଶ୍ରୀଯୁକ୍ତ ରାଜେନ ପାଢି, ଶ୍ରୀଯୁକ୍ତ ସଞ୍ଜୀବ ମହାପାତ୍ର ପ୍ରମୁଖ ଷ୍ଟାର୍ଟଅପ୍‌ଗୁଡିକର ବିକାଶ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ପଦକ୍ଷେପଗୁଡିକ ଉପରେ ତଥ୍ୟ ପ୍ରଦାନ କରିଥିଲେ ।

ଏହି ଅଧିବେଶନ ଶିଳ୍ପ ପେସାଦାରୟୁସିସିଆଇଏଲ୍ ସଦସ୍ୟ ଏବଂ କୃଷିଶିକ୍ଷାସ୍ୱାସ୍ଥ୍ୟଆଇଟିଚଳଚିତ୍ର  ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସକ୍ରିୟ ଅଂଶଗ୍ରହଣର ସାକ୍ଷୀ ହୋଇଥିଲା. ମାନସିକ ଆଲୋଡନ ସୃଷ୍ଟିକାରୀ ସାମୂହିକ ଅଧିବେଶନରେ ପ୍ରମୁଖ ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ଓଡିଶାରେ ଷ୍ଟାର୍ଟଅପ୍ଗୁଡିକର ବିକାଶ ପାଇଁ ଏକ ଅଧିକ ସହଯୋଗୀ ଇକୋସିଷ୍ଟମ ପାଇଁ ମୂଳଦୁଆ ସ୍ଥାପନ କରାଯାଇଥିଲା