ଓଡ଼ିଶା ମିଲେଟ୍ସ ମିଶନ୍ ସ୍ଥାୟୀ ଆଭିମୁଖ୍ୟ ଏଫପିଓ ମାର୍କେଟିଂ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ମିଲେଟ୍ସର ବର୍ଷ ଶେଷ ହେବାକୁ ଯାଉଛି । ବର୍ଷ ସାରା ମିଲେଟ୍ସର ପ୍ରୋତ୍ସାହନ ଲାଗି ବିଭିନ୍ନ ଅଭିଯାନ ଜାରି ରହିଥିଲା । ବିଗତ କିଛି ବର୍ଷ ଧରି ମିଲେଟ୍ ଏକ ଅଗ୍ରଣୀରାଜ୍ୟ ଭାବରେ ନିଜକୁ ପ୍ରତିପାଦିତ କରି ଆସିଛି ଓଡ଼ିଶା । ବିଭିନ୍ନ ପ୍ରକାରର ଆକର୍ଷଣୀୟ ମିଲେଟ୍ସର ଯାଦୁରେ ଏହା ମିଲେଟ୍ସକୁ ସମସ୍ତଙ୍କ ଖାଦ୍ୟ ତାଲିକାରେ ସାମିଲ୍ କରିବାର ପୟାସ କରିବା ସହିତ ମିଲେଟ୍ସ ଚାଷୀଙ୍କର ଆୟ ବୃଦ୍ଧି କରି ସେମାନଙ୍କ ପରିବାରରେ ଆର୍ଥିକ ସ୍ୱଚ୍ଛଳତା ଆଣିଛି । ତୃଣମୂଳ ସ୍ତରରୁ କିପରି ମିଲେଟ୍ସକୁ ନେଇ ରହିଥିବା ସମସ୍ୟା ସବୁର ସମାଧାନ କରାଯାଇପାରିବ ସେସବୁ ଉପାୟ ନିର୍ଦ୍ଧାରଣ କରିବାକୁ ସ୍ୱତନ୍ତ୍ର ଦୃଷ୍ଟିକୋଣ ଅବଲମ୍ବନ କରିଛି । ସେହି ଦୃଷ୍ଟିକୋଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମିଲେଟ୍ସର ପ୍ରୋତ୍ସାହନ କାର୍ଯ୍ୟରେ କୃଷକ-ଉତ୍ପାଦକ ସଂଗଠନ ବା ଏଫପିଓ କୁ ସାମିଲ୍ କରିବା ।

କୃଷକ-ଉତ୍ପାଦକ ସଂଗଠନ ବା ଏଫପିଓ ହେଉଛି କୃଷକମାନଙ୍କ ଦ୍ୱାରା ଗଠନ କରାଯାଇଥିବା ଗୋଟିଏ ଗୋଷ୍ଠୀ । ଏହା କୃଷକମାନଙ୍କର ସାମୁହିକ ଉନ୍ନତି ଲାଗି କାର୍ଯ୍ୟ କରୁଛି । ସେମାନଙ୍କର ଅର୍ଥନୈତିକ ସ୍ଥିତିକୁ ମଜଭୁତ କରିବା ସହିତ କ୍ରୟ ଓ ବିକ୍ରୟ କ୍ଷମତାରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଉଛି । ବିକ୍ରି ହୋଇ ନପାରି ରହିଯାଉଥିବା ପଣ୍ୟସବୁର ପରିବହନ ବ୍ୟବସ୍ଥା ମଧ୍ୟ କରିଥାଏ ଏଫପିଓ । ସରଳ ଭାବରେ କହିଲେ, ଏଫପିଓର ସର୍ବଶେଷ ଲକ୍ଷ୍ୟ ହେଉଛି ନିଜସ୍ୱ ସଂସ୍ଥା ମାଧ୍ୟମରେ ଉତ୍ପାଦକଙ୍କ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି କରିବା ।

ଜଣେ କ୍ଷୁଦ୍ର ଉତ୍ପାଦକ ସ୍ୱଳ୍ପ ପରିମାଣର ଉତ୍ପାଦ ସହିତ ବଜାରକୁ ପ୍ରବେଶ କରେ । ତେଣୁ ସେ ପ୍ରାୟତଃ ବିକ୍ରୟ ଅର୍ଥନୀତିର ଭରପୂର ଲାଭ ଉଠାଇ ପାରି ନଥାଏ । ଯେତେବେଳେ କୃଷି ମାର୍କେଟିଂ କଥା ଆସେ, ସେତେବେଳେ ଏକ ମଧ୍ୟସ୍ଥ ଶୃଙ୍ଖଳ ଅଦୃଶ୍ୟ ଭାବରେ ଅହରହ କାର୍ଯ୍ୟ କରୁଥିବା ଦେଖାଯାଏ । ଏହି ମଧ୍ୟସ୍ଥ ଶୃଙ୍ଖଳ ଉତ୍ପାଦକକୁ ମୂଲ୍ୟର ସ୍ୱଳ୍ପଭାଗ ପ୍ରଦାନ କରେ ଯାହାକୁ ଅନ୍ତିମ ଗ୍ରାହକ ଦେଇଥାଏ । ବହୁ ହିତାଧିକାରୀ ଥିବା ଗୋଟିଏ ଅନୁଷ୍ଠାନ ଏବଂ ବିପୁଳ ପରିମାଣର ଉତ୍ପାଦ ଏହି ମଧ୍ୟସ୍ଥ ଶୃଙ୍ଖଳକୁ ଦୂର କରିଥାଏ । ଫଳରେ ମୂଳ ଉତ୍ପାଦକ ଭଲ ଲାଭ ପାଇଥାଏ ।

ଓଡ଼ିଶା ବିଶେଷତଃ ଏହି ଉପାୟ ଅବଲମ୍ବନ କରି ସ୍ଥାନୀୟ ଚାଷୀଙ୍କ ପାଇଁ ବେଶ୍ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଛି । ରାଜ୍ୟରେ ମିଲେଟ୍ ପ୍ରୋତ୍ସାହନ କରୁଥିବା “ଓଡ଼ିଶା ମିଲେଟ୍ସ ମିଶନ୍” ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ମାର୍କେଟିଂ ସଂସ୍ଥା ସୃଷ୍ଟି କରିବା ଲାଗି ଏକାଧିକ ଏଫପିଓ ସୃଷ୍ଟି କରିଛି । ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଏଫପିଓ ରହିବା ସହିତ ସୂଚନା ପ୍ରସାରଣ କରିବା, ବ୍ୟବସାୟ ନିମନ୍ତେ ଆବଶ୍ୟକୀୟ ତାଲିମ୍ ଦେବା, କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ଅଧିକ ହାରରେ ବିକି୍ର କରିବାରେ ଏହା ସହାୟକ ହେବ ।

କ୍ୱିଣ୍ଟାଲ ପିଛା ୩୧.୫ ଟଙ୍କା (ଶ୍ରମ ଖର୍ଚ୍ଚକୁ ମିଶାଇ) ଏବଂ ସର୍ବନିମ୍ନ ସହାୟକ ମୂଲ୍ୟର ୧ ପ୍ରତିଶତ ହାରରେ ଏଫପିଓ ଗୁଡ଼ିକ ପ୍ରକିୟାକରଣ ହୋଇଥିବା ମିଲେଟ୍ସ ବିକ୍ରୟ କରିପାରିବେ କିମ୍ବା ଉତ୍ପାଦକୁ ଏକତ୍ର କରିବାରେ ଏବଂ ଏହାକୁ ରାଜ୍ୟର ଆଦିବାସୀ ବିକାଶ ସମବାୟ ନିଗମ କୁ ଯୋଗାଣ କରିପାରିବେ । ନୂତନ ଏଫପିଓ ଗଠନ ପାଇଁ କାର୍ଯ୍ୟ କରିବାକୁ ଆଗ୍ରହ ବଢ଼ିବାରେ ଲାଗିଛି । ଫଳରେ ଏହା ରାଜ୍ୟରେ ମିଲେଟ୍ସ ଅର୍ଥନୀତିରେ ବୃଦ୍ଧି ଘଟାଇଛି ।

ଏଫପିଓ ଭାବରେ ନିଜକୁ ପଞ୍ଜିକୃତ କରିବା ଲାଗି ଏକାଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ସାହାଯ୍ୟ କରି ଏହି ପରିଶ୍ରମୀ ମହିଳାମାନଙ୍କୁ ସରକାର ସଶକ୍ତିକରଣ କରିବାରେ ତଥା ବଜାରରେ ପ୍ରତିନିଧିତ୍ୱ କରିବାକୁ ଯାଇ ଆହ୍ୱାନକୁ ମୁକାବିଲା କରିବାରେ ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଛନ୍ତି । ସ୍ୱଳ୍ପ ବଜେଟ୍ ସତ୍ତ୍ୱେ ବିଭିନ୍ନ ସମସ୍ୟାର ସଫଳ ସମାଧାନ କରି ସେମାନେ ସକ୍ଷମ ଓ କି୍ରୟାଶୀଳ ବୋଲି ଏଫପିଓ ଗୁଡ଼ିକ ପ୍ରମାଣିତ କରିଛନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବାକୁ ଯାଉଥିବା ଓଡ଼ିଶା ମିଲେଟ୍ସ ମିଶନ୍ ପାଇଁ ସହାୟକ ହେବ ।