ତ୍ରୟୋଦଶ ବ୍ୟାସ ମିଡ଼ିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଜିଲ୍ଳା ପୁଲିସ୍ କୁ ହରାଇ କୋରାଇ – ପ୍ରେସ କ୍ଲବ ଚମ୍ପିଆନ୍ 

ଜିଲ୍ଳା ପୁଲିସ୍ କୁ ହରାଇ କୋରାଇ ପ୍ରେସ କ୍ଲବ ଚମ୍ପିଆନ୍

୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :->  ବ୍ୟାସନଗର ପ୍ରେସ ଫୋରମ ଆନୁକୁଲ୍ୟରେ ଅନୁଷ୍ଠିତ ତ୍ରୟୋଦଶ ବ୍ୟାସ ମିଡ଼ିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଫାଇନାଲ ମ୍ୟାଚ ରେ ଜିଲା ପୁଲିସକୁ ହରାଇ କୋରାଇ ପ୍ରେସ କ୍ଲବ ଚଳିତ ବର୍ଷର ଚାମ୍ପିଅନ ହୋଇଛି l ଆଜି ପୂର୍ବାହ୍ନରେ ପ୍ରଥମ ସେମିଫାଇନାଲ ମ୍ୟାଚ ଜିଲ୍ଲା ପୁଲିସ୍ ଏବଂ ଯାଜପୁର ରୋଡ଼ ଲୟର୍ସ ଫୋରମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଟଚ୍ ଜିତି ଲାୟର୍ସ ଫୋରମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ୮ ୱିକେଟ ହରାଇ ୯୫ ରନ୍ କରିଥିବା ବେଳେ ଜିଲ୍ଲା ପୁଲିସ୍ ୮ ଓଭର ମଧ୍ୟରେ ମାତ୍ର ଦୁଇଟି ୱିକେଟ ହରାଇ ଆବଶ୍ୟକ ରନ୍ କରି ବିଜୟଲାଭ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ରାଜେଶ ବଳ ମାତ୍ର ୨୧ ଟି ବଲ ରେ ସର୍ବାଧିକ ୭୪ ରନ୍ କରିଥିଲେ।

ଅପରାହ୍ନରେ ଫାଇନାଲ ମ୍ୟାଚ୍ କୋରାଇ ପ୍ରେସ କ୍ଳବ୍ ଓ ଯାଜପୁର ଜିଲ୍ଲା ପୁଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟଚ୍ ଜିତି କୋରାଇ ପ୍ରେସ କ୍ଲବ ବ୍ୟାଟିଂ କରି ୧୨ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୧୧୬ ରନ୍ କରିଥିଲା। ଜବାବ ରେ ଯାଜପୁର ଜିଲ୍ଲା ପୁଲିସ୍ ୫ ୱିକେଟ ହରାଇ ୯୮ ରନ୍ କରି ପରାଜୟ ବରଣ କରିଥିଲା। ଦଳ ପକ୍ଷରୁ ଅନୁପ ସିହ୍ନା ସର୍ବାଧିକ ୪୨ରନ୍ କରିଥିଲେ।

ଉଦଯାପନୀ ତଥା ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ଉତ୍ସବ ପ୍ରେସ ଫୋରମ ର ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୋରାଇର ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, କୋରାଇ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଯାଜପୁର ଜିଲ୍ଲା ରିଜର୍ଭ ପୁଲିସ୍ ଇନ୍ସପେକ୍ଟର ଦିନେଶ କୁମାର ସାହୁ,

ଗ୍ଲୋରୀୟସ ଇଂଲିଶ ମିଡିୟମ ସ୍କୁଲର ସଭାପତି ଅସ୍ମିତା ପତି ପ୍ରମୁଖ ଯୋଗ ଦେଇ ବିଜେତା ଦଳ କୋରାଇ ପ୍ରେସ କ୍ଲବକୁ ଚାମ୍ପିଅନ ଟ୍ରଫି ସହ ନଗଦ ଅର୍ଥରାଶି ୧୦ହଜାର ଟଙ୍କା ଓ ଉପ ବିଜେତା ଜିଲ୍ଲା ପୁଲିସ୍ କୁ ରାନର୍ଷ କପ ସହ ନଗଦ ଅର୍ଥରାଶି ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥି ସହ ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ଓ ବେଷ୍ଟ ବ୍ୟାଟ୍ ମ୍ୟାନ ଭାବେ ଜିଲା ପୁଲିସ ଟିମ୍ ର ରାଜେଶ୍ ବଳ, ବେଷ୍ଟ ବୋଲ ଭାବେ କୋରାଇ ପ୍ରେସ କ୍ଲବର ବାପି ରାଉତଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସ୍କୋରାର ପ୍ରଦୀପ ସାମଲ, ଅଜୟ ସାହୁ ,

ଘୋଷକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅମ୍ପାୟାର କଳିଙ୍ଗ ପହି ଓ ଅସୀମ ଦାସଙ୍କୁ ପୁରସ୍କୃତ କରଯାଇଥିଲା । ଉପସଭାପତି ଦୟାନିଧି ନାୟକ ସ୍ବାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ମଳୟ କୁମାର ମଲ୍ଲିକ ବିବରଣୀ ପ୍ରଦାନ କରିଥିଲେ। ଉପସଭାପତି ଜ୍ଞାନ ରଞ୍ଜନ ଓଝା ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ,

କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ବାଇଧର ମାଝୀ, ଅସିତାନନ୍ଦ ବିଶ୍ଵାଳ, ରୁଦ୍ର ପ୍ରତାପ ପାଢ଼ୀ , କୁଞ୍ଜ ବିହାରୀ ମହାନ୍ତି, ଆଶୁତୋଷ ମିଶ୍ର, ଚିତ୍ତ ରଞ୍ଜନ ବୋଇତାଇ, ସଞ୍ଜୟ ସରକାର, ଦୀପକ ଦାସ, ମାନସ ଆଇଚ, ଆଶିଷ ରାଉତ, ସୁଶାନ୍ତ କୁମାର ଭୂୟାଁ, ଜିତେନ୍ଦ୍ର କୁମାର ରାଉତ, ପ୍ରଶାନ୍ତ ଗେଡି,ଆଶୁତୋଷ ମହାନ୍ତି, ପ୍ରହଲ୍ଲାଦ ଦେଓ, ପ୍ରମୋଦ କୁମାର ପାତ୍ର, ପ୍ରକାଶ କୁମାର ସାହୁ ପ୍ରମୁଖ ଫୋରମ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।