ଗଡ ବାଣିକିଲୋ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଗଡ ବାଣିକିଲୋ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ଯ ସରକାରଙ୍କ ନୁଆ ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟ କ୍ରମର ପଞ୍ଚମ ଦିବସରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସଦାଶିବ ମିଶ୍ରଙ୍କ ତତ୍ୱାବଧାନରେ ଆଜି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି । ପ୍ରଥମରୁ ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଶୁଭଦର୍ଶନି ଦେବୀ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସମୂହ ପ୍ରାର୍ଥନା ଓ ଶପଥ ଗ୍ରହଣ କରି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇ ଥିଲା।

ମଞ୍ଚ ପରିଚାଳନା ଦାୟୀତ୍ୱ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପାଇକରାୟ ଅତି ସୁନ୍ଦର ଭାବରେ କରିଥିଲେ। ଆଜି କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିବସରେ ଉଭୟ ବାଳକ , ବାଳିକା ମାନଙ୍କ ମଧ୍ୟରେ ଶହେ, ଦୁଇ ଶହ, ଚାରି ଶହ ମିଟର ଦୌଡ ପ୍ରତିଯୋଗୀତା ଓ ଡିସକସ୍ ଥ୍ରୋ ସମାପ୍ତ
ହୋଇ ଯାଇଛି। ବାଳକ ମାନଙ୍କ ଆଠ ଶହ ମିଟର ଦୌଡ ଆସନ୍ତା କାଲି ହେବାର ସୂଚନା ମିଳିଛି। ଆସନ୍ତା କାଲି ଠାରୁ ଉଭୟ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଲମ୍ବା ଡିଆଁ, ଉଚ୍ଚା ଡିଆଁ, ଭଲି ବଲ୍, କବାଡି,

ବ୍ୟାଡ ମିନ୍ତନ , ଫୁଟ୍ ବଲ, କ୍ରିକେଟ ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା କରା ଯିବା ପାଇଁ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଚନା ଦେଉଛନ୍ତି। ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପାଇକରାୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶୋଇ ସାମାଜିକ ସଚେତନତା , କିରାଣୀ ବିଜୟ କୁମାର ସାମନ୍ତରାୟ ଖାଦ୍ୟପେୟ ଦାୟିତ୍ୱ, ପିଅନ ଭୁବନାନନ୍ଦ ପ୍ରଧାନ ଟେଣ୍ଟ୍, ଲାଇଟ୍,

 

ମାଇକ ଓ ମଞ୍ଚ ସାଜସଜ୍ଜା ଦାୟିତ୍ବ ତୁଲଊ ଥିବା ବେଳେ ସମସ୍ଥ କାର୍ଯ୍ୟ ପରିଚାଳନା ନିମନ୍ତେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ଉପେନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦିଆ ଯାଇଥିବା କଥା ଅଧ୍ୟକ୍ଷା କୁହନ୍ତି। ଅନ୍ୟ ଅଧ୍ୟାପକ ଜୋତିରଞ୍ଜନ ପରିଜା, ଅଟଳ ବିହାରୀ ପାହାଡ଼ସିଂହ, ତୁଷାର ମଙ୍ଗରାଜ, ରଜନୀ କାନ୍ତ ସେଠୀ, ଓ ଅଧ୍ୟାପିକା ଅୟେଶା ଅଭିଲିପ୍ସା, ଲିପସିତା ଓ ପିଅନ ନବ କିଶୋର ପରିଡ଼ା ପ୍ରମୁଖ ସମସ୍ତେ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ଯଥା ସମ୍ଭବ ସହଯୋଗ କରୁଥିବାର ଅଧକ୍ଷାଙ୍କ ସୁଚନା ।