କଣ୍ଡରା ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଯୋଡା :-> କଣ୍ଡରା ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ପଞ୍ଚାୟତର “ବୀର ଧରଣୀଧର ସୋସାଇଟି”,କଣ୍ଡରା ଦ୍ବାରା ଆୟୋଜିତ ୧୦ମ ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ଫାଇନାଲ ଖେଳ ବହୁତ ହାର୍ଡ, କଣ୍ଡରା ଓ ବାସୁଦେବ-୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଉଭୟ ଦଳ ୧-୧ ଗୋଲ ମାରି ଖେଳର ଉତ୍କଣ୍ଠା ବଢାଇ ଦେଇଥିଲେ ପରିଶେଷରେ ପେଲେଣ୍ଟି ସୁଟ ଆଉଟରେ ବାସୁଦେବ-୧୧କୁ ବିଜେତା ଘଷଣା କରାଯାଇଥିଲା । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଯୋଗ ଦେଇ ବିଜେତା ଦଳକୁ ୫୦ହଜାର ଟଙ୍କା ସହିଦ ଏକ ଟ୍ରଫି ପ୍ରଦାନ କରିଥିଲେ ।

ଶେଷରେ ବିଧାୟିକା ଶ୍ରୀମତି ମହାନ୍ତ ବୀର ଧରଣୀଧର ସୋସାଇଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିଶା ସରକାର ତଥା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କିପରି ଗ୍ରାମାଞ୍ଚଳରେ ଖେଳର ବିକାଶ ହୋଇପାରିବ ସେଥିପ୍ରତି ସବୁବେଳେ ଚେଷ୍ଟିତ ଅଛନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।