ଭଗବାନ ବୀର ବିର୍ଶା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଜାମଦା ମଠ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି ।

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଜାମଦା ଅଞ୍ଚଳ ର ଆଦିବାସୀ ମାନଙ୍କ ର ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା କିନ୍ତୁ ଚଳିତ ବର୍ଷ ଯୁବ ସଂଗ୍ରାମୀ ଯୁବ ନେତା ମାନଙ୍କର ପ୍ରୟାସରେ ସଫଳ ହୋଇଛି । ଯାହା ହେଉ କମିଟିର ମୁଖ୍ଯ ସଂଯୋଜକ ଝଟେୟା ସ୍ବାୟାଂ ମାର୍ଗ ଦର୍ଶନ ରେ ବହୁ ପ୍ରତୀକ୍ଷିତ ଶହୀଦ ବୀର ବିର୍ଶା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଅନବରଣ କରିବାର ସମସ୍ତ ଯୋଜନା ପୂର୍ଣ୍ଣ ହୋଇଯାଇଛି ।

ଆଜି ରବିବାର ଡିସେମ୍ବର ୩ ତାରିଖ ଦିବସ ର ଶୁଭ ଦିନରେ ଆଦିବାସୀ ଜନନାୟକ ଭଗବାନ ବୀରବିର୍ଶା ମୁଣ୍ଡା ଙ୍କ ୧୪୮ତମ ଜନ୍ମ ଜୟନ୍ତି ଅଦସରରେ ମୟୂରଭଞ୍ଜ ଜିଲ୍ଲା ଜାମଦା ମଠ ପଡିଆ ତଥା ଜାମଦା ବସଷ୍ଟାଣ୍ଡ ନିକଟ ରେ ବୀର ବିର୍ଶା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଋତ୍ସବ ରେ ମୁଖ୍ଯ ଅତିଥି ଭାବେ ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ଯ ସଭାପତି ପଅଞ୍ଜଳି ସୋରେନ୍ ଯୋଗ ଦେଇଥିଲେ ,

ସମ୍ମାନୀତ ଅତିଥି ଭାବେ ନାଗରାଜ ନାଗ୍ , ପବନ କୁମାର , ସାଲୁ କିସ୍କୁ , ସୁନିଲ୍ ମାଝୀ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ଯ ଅତିଥିଙ୍କ କରକମଳରେ ଅପରାହ୍ନ ସମୟରେ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ଜାମଦା ଅଞ୍ଚଳ ର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଯୋଗଦେଇ ଥିଲେ ।

କାର୍ଯ୍ୟକ୍ରମ ଆରମ୍ଭ ଆଦିବାସୀ ପାରଂପରିକ ନୂତ୍ଯ କରି ଆନନ୍ଦ ସହକାରେ ଧୁମସା ବାଦଳର ତାଳେ ତାଳେ ମହିଳା ମାନେ ନୃତ୍ଯ କରିଥିଲେ । କମିଟିର ପରିଚାଳକ ଘନଶ୍ୟାମ ପିଙ୍ଗୁଆ ଆଦିବାସୀ ଭାଇଭଉଣୀ ମାନଙ୍କୁ ନିଜର ହକ୍ ଓ ଅଧିକାର ପାଇଁ ଲଡେଇ କରିବା ସହିତ ଜଳ ଜଙ୍ଗଲ ଜମିନ ଅଧିକାର ଆମର ତାହା କେବେ ଭୂଲିବା ନାହିଁ ।

କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କମିଟି ଘନଶ୍ଯାମ ପିଙ୍ଗୁଆ, ସମ୍ପାଦକ ଖକେ ତିରିଆ, ଉପ ସଭାପତି ଜାମିନି କାନ୍ତ ବାଗେ , ସହ ସମ୍ପାଦକ ରାମେଶ୍ଵର କଣ୍ଡାଙ୍କେଲ୍ ମୁଖ୍ଯ ସଂଯୋଜକ ଝଟେୟା ସ୍ବାୟାଁ।, ସହ ସଂଯୋଜକ ଦାମୋଦର ପୂର୍ତ୍ତି , ସହଯୋଗ ରେ ବିର୍ଶା କଣ୍ଡାଙ୍ଗକେଲ ଓ ହେଲେନା ବାଗେ ପ୍ରମୁଖ ଉଦଘାଟନ ଋତ୍ସବ କୁ ତୁଲାଇଥିଲେ ।