ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ପଡ଼ିଆ ବ୍ଲକ ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖେଳ ପଡିଆ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଭିମନ୍ୟୁ କବି ଶତପଥୀଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ବିଭାଗର କର୍ମଚାରୀ, ଜନ ପ୍ରତିନିଧି, ରାଜନେତା , ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନବାଡ଼ି କର୍ମୀ, ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନେ ସାବେରୀ ନଦୀରୁ ୧୦୮ଟି କଳସରେ ଜଳ ସଂଗ୍ରହ କରି ପଦ ଯାତ୍ରା ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୂଷାକି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁରଭି ଭୈ ।

ମିକଙ୍କ ସମେତ ୧୦୮ ଜଣ ଛାତ୍ର ଛାତ୍ରୀ ପାରମ୍ପରିକ ରୀତିରେ ନାଚଗୀତ, ଡେମସା ଓ ବାଜା ନୃତ୍ୟ ରେ କମାରଗୁଡରୁ ମାଲ୍ୟାବନ୍ତ ଖେଳ ପଡିଆ ରେ ପହଞ୍ଚିଥିଲେ । ପରେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା ।ଏହା ପରେ ୮ ଗୋଟି ପଞ୍ଚାୟତରୁ ଆସିଥିବା ସ୍କୁଲ, କଲେଜ ଓ ଜନ ସାଧାରଣଙ୍କ ନେଇ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା କରାଯାଇଥିଲା । ସଂଧ୍ୟା ସମୟରେ ଉଦଯାପନୀ ଉତ୍ସବ ପାଳନ କରାଯାଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବଦର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ବ୍ଲକ ଅଧ୍ୟକ୍ଷା ଯମୁନା ମୁଷାକି, ଜିଲ୍ଲା ପରିଷଦ ସଦସ୍ୟ । ସୁରଭି ଭୈ।ମିକ, ବ୍ଲକ ବିଜେଡ଼ି ସଭାପତି ଏମ୍ ଡି ଫାରୁକ, ସମାଜ ସେବୀ ଡଃ ଏନ୍ ରାଘବ ରାଓ, ଏନ୍ ନୁକାଲ ରାଜୁ, ସାଂସଦ ପ୍ରତିନିଧି ରେବିଟ କୁମାର ଓ ବିଧାୟକ ପ୍ରତିନିଧି କୋଟାମ ବାଲାୟା ପ୍ରମୁଖ ଯୋଗ ଦେଇଥିଲେ । ପରେ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତାରେ ଭାଗ ନେଇ କୃତି ଛାତ୍ର ଛାତ୍ରୀ ଓ ଅଞ୍ଚଳବାସୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।