ଜାମୁକୋଳି ଦେହ ପାଇଁ ଖୁବ୍‌ ଉପକାରୀ ହୋଇଥାଏ ।

ଓଡିଶା ତାଜା ନ୍ୟୁଜ୍ / କୈଳାଷ ପରିଡା (୧୬ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ଏହା ଏକ ଏପରି ଫଳ ଯାହାକି କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ଏହାର ଗୁଣ ସହ ସ୍ବାଦ ବି ଖୁବ୍ ଭଲ ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଶରୀରରେ ଥିବା ଭୁତାଣୁକୁ ଶେଷ କରିବାରେ ସହାୟ ହୋଇଥାଏ । ଜାମୁକୋଳି ଆମକୁ ସଂକ୍ରମଣ ଜନିତ ସମସ୍ୟାରୁ ବି ବଞ୍ଚାଇଥାଏ । ଜାମୁକୋଳିରେ ଭିଟାମିନ୍‌ ସି ଓ ଆଇରନ୍‌ ପ୍ରଚୁର ପରିିମାଣରେ ରହିଥାଏ । ହାର୍ଟ, ମଧୁମେହ, ରକ୍ତଚାପ ରୋଗୀମାନଙ୍କ ପାଇଁ ଏହା ଖୁବ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା ହେଲା ଯଦି ଆପଣଙ୍କୁ ଭିଟାମିନ୍‌ ସି କିମ୍ବା ଆଇରନ୍‌ର ଆବଶ୍ୟକତା ରହିଛି ତ ପ୍ରଚୁର ପରିମାଣରେ ଜାମୁକୋଳି ଖାଆନ୍ତୁ ।

ଏହା ଏକ ରକ୍ତ ସୃଷ୍ଟିକାରୀ କୋଳି । ଏହାକୁ ଖାଇଲେ ଖୁବ୍‌ ଶୀଘ୍ର ରକ୍ତ ସୃଷ୍ଟି ହୋଇଥାଏ । Plants Guruରକ୍ତରେ ଥିବା ସେହି ବ୍ୟାକ୍ଟେରିଆକୁ ଜାମୁକୋଳି ନଷ୍ଟ କରି ଦେଇଥାଏ ଯାହା ହେତୁ ମୁହଁ‌ରେ ବ୍ରଣ ବାହାରିଥାଏ । ମଧୁମେହ ରୋଗୀମାନେ ଜାମୁକୋଳି ଖାଇଲେ ରକ୍ତରେ ଶର୍କରା ଭାଗ ନିୟନ୍ତ୍ରଣ‌େରେ ରହିଥାଏ । ଜାମୁକୋଳିରେ ଥିବା ଫାଇବର୍‌ କାରଣରୁ ପେଟ ଦରଜ ଓ ଏସିଡିଟି ସମସ୍ୟା ଆଦି ଦୂର ହୋଇଥାଏ । ତେବେ, ଆପଣ ପ୍ରଚୁର ପରିମାଣର ଜାମୁକୋଳି ଖାଆନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ ।