କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ମାଲକାନଗିରି, (ଓଡିଶା ତାଜା ନିଉଜ୍)  ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଠାରେ ଚାଷୀ ଉତ୍ତେଜନା ଦେଖିବାକୁ ମିଳିଛି । ମଣ୍ଡିରେ ଧାନ ର ଅଭାବି ବିକ୍ରି ଓ ଟୋକେନ୍ ପ୍ରଦାନରେ ଅନିୟମିତତା ଯୋଗୁଁ ଉତେଜିତ  ହୋଇ ଚାଷୀ ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡା ଠାରେ ଅବରୋଧ କଲେ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ୍ ନ ମିଳିବା, ଚାଷୀଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ କମିବା ସହ ଜଳ କର ପୈଠ କରିବା ପରେ ମଧ୍ୟ ଜମିକୁ ଜଳ ଯୋଗାଇ ନ ଦେବାରୁ ଚାଷୀଙ୍କ ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା। କୋରୁକୋଣ୍ଡା ଲ୍ୟାମ୍ପ ରେ ପଞ୍ଜିକୃତ ୮୮୬ ଜଣ ଚାଷୀଙ୍କୁ ଟୋକେନ୍ ନ ମିଳିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହାନ୍ତି । ଏସବୁ ସମସ୍ୟା ର ସମାଧାନ ନ ହେବାରୁ ଚାଷୀମାନେ ଆଜି ସକାଳୁ କୋରୁକୋଣ୍ଡା ଠାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ବହୁ ପରିମାଣରେ  ଗାଡି ମୋଟର ଅଟକି ରହିଛି । ଖବର ପାଇ ପ୍ରଶାସନିକ ଅଧିକାରୀ କୋରୁକୋଣ୍ଡା ବିଡ଼ିଓ ଓ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କୁ ବିଷୟ  ବୁଝାସୁଝା କରି ଦାବିଗୁଡିକ ର ସମାଧାନ କରିବାକୁ  ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।