ବିଶ୍ବନାଥ ସ୍ବାଇଁ ସ୍ମୃତି ସଂସଦ ପକ୍ଷରୁ ଅଷ୍ଟମ ବାର୍ଷିକ ଉତ୍ସବ – ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା

୧୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକର ବଉଳାବନ୍ଧ ପଞ୍ଚାୟତର ଇଚ୍ଛାପୁର ସ୍ଥିତ ବିଶିଷ୍ଟ ସମାଜସେବୀ ବିଶ୍ବନାଥ ସ୍ବାଇଁ ଙ୍କ ଅଷ୍ଟମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ମୃତି ସଂସଦର ସଭାପତି ଡାକ୍ତର ମଧୁସୂଦନ ସେନାପତି ଙ୍କ ଅଧ୍ୟକ୍ଷତାରେ ତଥା ସ°ପାଦକ ପ୍ରମୋଦ କୁମାର ସ୍ବାଇଁ ସ°ଯୋଜନାରେ ଆୟୋଜିତ ଏକ ସାରସ୍ଵତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଆମନ୍ତ୍ରିତ ଅତିଥି ଭାବେ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ,

ବାଣପୁର ଏଵିଇଓ ତଥା ଵିଆରସିସି ସ°ଧ୍ୟାରାଣୀ ହରିଚନ୍ଦନ, ଗଞ୍ଜାମ ର ବିରିପୁର ପୂର୍ଣ୍ଣ ଚନ୍ଦ୍ର ମର୍ଦ୍ଦରାଜ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, କୁମାଣ୍ଡୋଳ ସ୍ଥିତ ଯୁବ ଜ୍ୟୋତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଚିଲିକା ବ୍ଲକର ଵିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ, ନାଚୁଣୀ ସ୍ଥିତ ଟ୍ବିଟି ବାର୍ଡ ଇଂଲିଶ ମିଡିଅମ ସ୍କୁଲ ର ଅଧ୍ୟକ୍ଷ ସୁରେଶ କୁମାର ଦାଶ,ସାମ୍ବାଦିକ ସୁଧୀର କୁମାର ବେହେରା, ସାମ୍ବାଦିକ ସ°ଗ୍ରାମ କୁମାର ରଣା ଯୋଗ ଦେଇ ନିଜର ବକ୍ତବ୍ୟ ରଖି ଥିଲେ।

ଏହି ଅବସରରେ ସଭା ଆରମ୍ଭ ପୂର୍ବରୁ ସ°ସଦ ପକ୍ଷରୁ ସ୍ବଛ ଭାରତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମ ସାହି ରାସ୍ତା ସଫେଇ କରାଯାଇଥିଲା । ଏହି ଅବସରରେ ଆମନ୍ତ୍ରିତ ୨୫ ଜଣ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନେ ଯଥା ବିଶିଷ୍ଟ ପାଲା ଗାୟକ ଗୈାରୀଶଙ୍କର ରଥଶର୍ମା,

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାଗୀରଥି ସ୍ବାଇଁ ଓ ଲକ୍ଷ୍ମୀ ଧର ବେହେରା,ଙ୍କ ସହ ସ°କୀର୍ତ୍ତନ ଗାୟକ ଭ°ଜ କିଶୋର ବେହେରା, ଗୈାରାଙ୍ଗ ଚରଣ ବିଶ୍ବାଳ,ଭରତ ସ୍ବାଇଁ ଙ୍କୁୁ ଏହି ଅବସରରେ ମାନପତ୍ର, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସ°ସଦ ପକ୍ଷରୁ ପୂର୍ବ ଆୟୋଜିତ ବିଭିନ୍ନ ମେଧାବୀ,ଶୈକ୍ଷିକ ଓ କ୍ରୀଡ଼ା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଏହି ଅବସରରେ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସ୍ମୃତି ସଂସଦ ପକ୍ଷରୁ ଶରତ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।