ପାଟଣାଗଡ଼ ମୂଖ୍ୟ ରାସ୍ତା ଉପରେ ବୁଲା ଗୋରୁ ଗାଈ ,ଦୁର୍ଘଟଣା ଗ୍ରସ୍ତ ହେଲେ ମାଲିକ ନାଁ ପ୍ରଶାସନ ଦାୟୀ

ଗୋରୁଗାଈ ଙ୍କ ମାଲିକ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ।

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ର ଏକ ମୁଖ୍ଯ ସମସ୍ୟା ଯାହାକି ସନ୍ଧ୍ୟା ହେଲେ ସହରର ମୁଖ୍ୟ ରାସ୍ତା ଉପରେ ଶହଶହ ଵୁଲା ଗୋରୁ ଗାଈ । ଏହି ସମସ୍ୟା କୁ ଦୂର କରିବା ପାଇଁ ବୁଲା ଗୋରୁ ଗାଈ ମାନଙ୍କୁ ରଖିବା ପାଇଁଁ ପାଟଣାଗଡ଼: ୨୦୧୯-୨୦ ଆର୍ଥିକ ବର୍ଷରେ କ୍ରିଏସନ ଅଫ କେପିଟାଲ ଏସେଟ୍ ଯୋଜନାରୁ ଏନ୍ଏସି ପକ୍ଷରୁ ୯ ଳକ୍ଷ ୨୨ ହଜାର ଟଙ୍କା ବିନିଯୋଗରେ ବୁଲା ଗାଇଗୋରୁ ଙ୍କ ପାଇଁ ଏକ କାଞ୍ଚି ଘର ନିର୍ମାଣ କରାଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟ କାରୀ ନହୋଇ ପଡ଼ିରହିଛି । ଅନ୍ୟପଟେ ସନ୍ଧ୍ୟା ହେଲେ ସହରର ମୁଖ୍ୟ ରାସ୍ତାରେ ଶହଶହ ଗାଈଗୋରୁ ବୁଲୁଥିବା ଦେଖିବାକୁ ମିଲିଛି ।

ଯାହା ଫଲରେ ଦୈନନ୍ଦିନ ଛୋଟବଡ ଧରଣର ଦୁର୍ଘଟଣା ମାନ ଘଟି ଆସୁଛି । ଗତ କିଛି ମାସ ବର୍ଥଲା ଗାଁର ଜଣେ ବ୍ୟବସାୟୀ ରାତ୍ରି ସମୟରେ ଦୋକାନ ବନ୍ଦକରି ଘରକୁ ଯାଉଥିବା ସମୟରେ ଏକ ଗାଇ ଧକ୍କାରେ ବର୍ଥଲା ଛକ ର ଅନୀତ ଦୂରରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଏଥି ପାଇଁ ଗୋରୁଗାଈ ରଖିଥିବା ମାଲିକ ଦାୟୀ କି ପ୍ରଶାସନ ଦାୟୀ ବୋଲି ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

ଗୋରୁ ଗାଈ ରଖିଥିବା ମାଲିକ ମାନେ ନିଜ ହେପାୟତ ରେ ନ ରଖି ବାହାରେ ଛାଡ଼ିଦେଉଛନ୍ତି ।ଗାଈଗୋରୁ ମାନେ ଅନାୟସ ରେ ରାତିଦିନ ମୂଖ୍ୟ ରାସ୍ତା ଉପରେ ବୁଲୁଥିବା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇ ଅକାରଣ ରେ ଜୀବନ ଚାଳିଯାଉଥିବା ନଜିର ରହିଛି ।ଏଥିପ୍ରତି ଏନଏସି କତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ତୁରନ୍ତ ଦୃଷ୍ଟି ଗାଈଗୋରୁ ଙ୍କ ମାଲିକ ମାନଙ୍କ ପ୍ରତୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।