ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ ଘଟଣାକୁ ଚପାଇବାକୁ ଉଦ୍ୟମ

୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ବେଲପଡା ଥାନା କେନକେବା ଗାଁ ପାଖରେ ଥିବା ଲାନ୍ଥ ନଦୀ ବାଲି ଘାଟ ରୁ ବେଆଇନ ଭାବେ ବାଲି ଉଠାଇ ଚାଲାଣ କରୁଥୁବା ବେଳେ ଟ୍ରାକ୍ଟର ଟି ଓଲଟି ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି |ମୃତ ଡ଼୍ରାଇଭର ଜଣକ ହେଲେ ସିହିନୀ ଗାଁର ସନ୍ୟାସୀ ରାଣା | ସୂଚନା ଅନୁଯାୟୀ ବୁଧବାର ଭୋର ସକାଳୁ ଟ୍ରାକ୍ଟର ରେ ବାଲି ଭର୍ତ୍ତି କରି ଯାଉଥୁବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ର ମୃତ୍ୟୁ ଘଟିଥିବା ଜଣାପଡୁଛି |

ଘଟଣା ସ୍ଥଳ ରେ ବେଲପଡା ପୁଲିସ ପହଁଞ୍ଚି ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଲେ କେମିତି ଓ କଣ ପାଇ ଏମିତି ଘଟଣା ଘଟିଲା ତାହାର ତଦନ୍ତ କରୁଥିବା ଜଣାପଡିଛି | ଟ୍ରାକ୍ଟର ଟି ସିହୀନି ପଂଞ୍ଚାୟତ ର ପୂର୍ବତନ ସରପଞ୍ଚ ର ବୋଲି ଜଣାପଡ଼ିଥିବା ବେଳେ ପୁଲିସ ର କାର୍ଯ୍ୟନୁଷ୍ଠାନ ଉପରେ ନଜର ରହିଛି  |

ଅନ୍ୟପଟେ ମୃତକ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ରୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି | ଅନ୍ୟ ପଟେ ଘଟଣାକୁ ଚପାଇ ଦେବାକୁ ଟ୍ରାକ୍ଟର ମାଲିକ ଉଦ୍ୟମ ଚଲାଉଥିବା ଜଣାପଡିଛି । ଏଥି ପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବୀ ହେଉଛି ।