ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ ରେ ବିଶାଳ ତୋଳାଳୀ ଓ କର୍ମଚାରୀ ସମାବେଶ : ଜି ଏସ ଟି ଛାଡ

ସର୍ବନିମ୍ନ ମଜୁରି ବୃଦ୍ଧି ଓ କନ୍ୟା ବିବାହ ସହାୟତା ପାଇଁ ଦାବୀ 

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )  ପାଟଣାଗଡ :-> ଆଜି ପାଟଣାଗଡ ରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପାଟଣାଗଡ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ସିଯିନାଲ କର୍ମଚାରୀ ମାନଙ୍କ ବିଶାଳ ସମାବେଶ ପୂର୍ତ୍ତ ଡାକବଙ୍ଗଳା ଠାରୁ ବିଜେଡି କର୍ମୀ ଏକ ବାଇକ ଶୋଭାଯାତ୍ର ବାହାରି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଙ୍କୁ ସଭା ସ୍ଥଳ କୁ ପାଛୋଟି ଆଣିଥିଲେ। ରାଜ୍ୟ ସମ୍ପାଦକ ତଥା ଡିଭିଜନ ସମ୍ପାଦକ ଶ୍ରୀ ଶିବାନନ୍ଦ ପରିଛା ଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ତୋଳାଳୀ ଏବଂ କର୍ମଚାରୀ ଙ୍କ ଏହି ସମାବେଶ ରେ ପୂର୍ବତନ ସାଂସଦ କଳିକେଶ ସିଂଦେଓ,

କେନ୍ଦୁପତ୍ର ୱେଲ ଫେୟାର ବୋର୍ଡ ର ଉପଦେଷ୍ଟା ତଥା ରାଜ୍ୟ ସଂଘ ସମ୍ପାଦକ ଶ୍ରୀ ସଞ୍ଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘକୁ ବିଶେଷ ଭାବରେ ମିଳିଥିବା ସଫଳତା ତଥା ବୋନସ, ଆର୍ଥିକ ସହାୟତା, ବିଜୁ ସ୍ବାସ୍ଥ୍ୟ କାର୍ଡ, ଛାତ୍ର ବୃତ୍ତି ବିଷୟରେ ଆଲୋଚନା କରିଥିଲେ। ଏଥିରେ ଉପସଭାପତି ଶ୍ରୀ ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ଝାରସୁଗୁଡ଼ା ଡିଭିଜନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ସଂଘକୁ ବହୁ ବର୍ଷ ଧରି ଜାତୀୟ କରଣ ଠାରୁ ଆରମ୍ଭ କରି ପୁନରାୟ ପୁଣି ଘରୋଇକରଣ ବିରୋଧରେ ଆନ୍ଦୋଳନ କରି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କେନ୍ଦୁପତ୍ର ସଂସ୍ଥାକୁ ବଞ୍ଚାଇ ରଖିବା ସହ ତୋଳାଳୀ ଓ କର୍ମଚାରୀମାନଙ୍କ ବିଭିନ୍ନ ଦାବୀ ହାସଲ କରି ପାରିଛି ।

ଆହୁରି ଅନ୍ୟାନ୍ୟ ଦାବୀ ପାଇଁ ସଂଘ ଅବିରତ ଉଦ୍ୟମ ତଥା ସଂଗ୍ରାମ ଯାରିରଖିଛି ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଆଜିର ସମାବେଶ ମୁଖ୍ୟତଃ ୫ବର୍ଷ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇ ନ ଥିବାରୁ ସିଜିନାଲ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି ହୋଇ ପାରୁ ନ ଥିବା ଏବଂ ଅନ୍ୟାନ୍ୟ ମାନଙ୍କ ମଜୁରୀ ବୃଦ୍ଧି ହୋଇ ପାରୁ ନ ଥିବା ଦର୍ଶାଇ ଅତିଶିଘ୍ର ଏହାର ସଂଶୋଧନ କରି ମାସିକ ମଜୁରୀ ବୃଦ୍ଧି ପାଇଁ ଦାବି କରାଯାଇଥିଲା ।

ଆହୁରି ମଧ୍ୟ ପୂର୍ବରୁ ପ୍ରଚଳିତ କନ୍ୟା ବିବାହ ସହାୟତା ପୁନରାୟ ଏଥିପାଇଁ ସହାୟତା ଘୋଷଣା କରିବା,ସିଯିନାଲ କର୍ମଚାରୀମାନଙ୍କ ଗସ୍ତ ଖର୍ଚ୍ଚ ଓ ଭତ୍ତା ବୃଦ୍ଧି କରିବା, ପତ୍ରର ମୂଲ୍ୟ,ବନ୍ଧେଇ ଶ୍ରମିକମାନଙ୍କ ବଣ୍ଡିଲ ପ୍ରତି ମଜୁରୀ ଦର ବୃଦ୍ଧି,ସାମାଜିକ ସୁରକ୍ଷା ପାଇଁ ପିସିସିଏଫ୍ ଙ୍କ ଅଧ୍ୟକ୍ଷତାରେ ଗଠିତ । ୱେଲ ଫେୟାର ଟ୍ରଷ୍ଟ ସୁପାରିସ ଅନୁଯାୟୀ ସିଜିନାଲ କର୍ମଚାରୀ ତଥା ତୋଳାଳୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ୬୨ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା । ମୁଖ୍ୟମନ୍ତ୍ରୀ ଘୋଷଣା ଅନୁଯାଇ ସମସ୍ତ କେନ୍ଦୁପତ୍ର ତୋଳାଳୀ,

ଶିଯିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କୁ ଏ ସମ୍ପର୍କୀୟ ସରକାରୀ ନୀତିର ସଂଶୋଧନ କରି ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ଛାତ୍ର ଛାତ୍ରୀମାନଙ୍କ ଛାତ୍ର ବୃତ୍ତି ପାଇଁ ମଧ୍ୟ ଓବିଶି ଛାତ୍ରଛାତ୍ରୀ ପାଇଥିବା ପରୀକ୍ଷା ନମ୍ବରକୁ ଶତକଡ଼ା ୫୦ ପରିବର୍ତ୍ତେ ଶତକଡ଼ା ୪୦ ଭାଗ କରିବା ଏବଂ ୱେବ୍ ସାଇଟରେ କେନ୍ଦୁପତ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅପ୍ସନ୍ ରଖିବାକୁ ଦାବୀ କରିଛନ୍ତି। ଏହି ସମାବେଶ ପାଇଁ ହଜାର ହଜାର ତୋଳାଳୀ, କର୍ମଚାରୀ ଓ ଅନ୍ୟାନ୍ୟ ସଂପୃକ୍ତ ଶ୍ରମିକ ମାନେ ସମ୍ପୂର୍ଣ୍ଣ ଭାବରେ ଯୋଗ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବୌଦ୍ଧ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ମକାରୁ ପଣ୍ଡା, ନୀଳମଣି ବୁଡ଼େକ, ଚିତ ବେହେରା, ଧ୍ରୁବ ଚାନ୍ଦ, ମନୋଜ ସାହୁ, ଦଳ ଛତର, ଜଗଦୀଶ ବଂଚୋର, ଶିବ ପଟ୍ଟନାୟକ, ପରମେ ସୁନା, ତୀର୍ଥ ଯୁଏଡପ୍ରମୁଖ ଉପସ୍ଥିତ ଥିଲେ।