କୃଷକ ସେନା ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ ୧୨ ଦଫା ଦାବିପତ୍ର ପ୍ରଦାନ

୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଉପଖଣ୍ଡ ର ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ କୃଷକ ସେନା ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟରେ ୧୨ଦଫା ଦାବି ପତ୍ର ଉପଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠୀ ଙ୍କୁ ପ୍ରଦାନ କରାଯାଇଛି |

ଜାଣିଶୁଣି ବାରମ୍ବାର ରାଜ୍ୟ ସରକାର ଚାଷୀ ମାନଙ୍କୁ ଅଣଦେଖା ସହ ସବୁବେଳେ ପାତର ଅନ୍ତର କରୁଥୁବା ଅଭିଯୋଗ କରିଥୁବା ରୁ ଚଳିତ ନିର୍ବାଚନ ରେ ଚାଷୀ ମାନେ ଏହାର ଜବାବ ଦେବେ ବୋଲି କୃଷକ ନେତା ମାନେ କହିଛନ୍ତି  | ପ୍ରଥମେ ପଞ୍ଚମୁଖୀ ହନୁମାନ ଠାରୁ ଚାଷୀ ମାନେ ଏକତ୍ରିତ ହୋଇ କୃଷକ ସେନା ସଭାପତି ସୌରୀ ମିଶ୍ର ଙ୍କ ନେତୃତ୍ବ ରେ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ  |

ପରେ ଉପଜିଲ୍ଲାପାଳ ଅଫିସ ଘେରାଉ ସହ ଦାବିପତ୍ର ଦେଇଛନ୍ତି  | ଅନ୍ୟପଟେ ଆମ ସ୍ତରରେ ଯାହା ସମସ୍ୟା ଗୁଡିକ ଅଛି ତାହାର ସମାଧାନ କରିବୁ ଏବଂ ଚାଷୀ ମାନଙ୍କ ଦାବି ଅନୁସାରେ ଉପର ଅଧିକାରି ମାନଙ୍କ ସହ ଆଲୋଚନା କରିବି ବୋଲି ଉପଜିଲ୍ଲାପାଳ ଡଃ ସେଠୀ କହିଛନ୍ତି । ଏଥିରେ ଅଞ୍ଚଳ ର ଶତାଧିକ ଚାଷୀ ଯୋଗଦେଇଥିଲେ ।