କୂଳତା ଯୁବ ସମୁଖ୍ୟ ତରଫରୁ ମାଗଣା ମେଗା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର

ପାଟଣାଗଡ଼ :-> ପାଟଣାଗଡ଼ ବ୍ଲକ ସ୍ଥାନୀୟ ଗଡ଼ଭିତର ଭୁଲିଆ ସମାଜ ଧର୍ମଶଳା ଠାରେ କୂଳତା ଯୁବ ସମୁଖ୍ୟ ତରଫରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼ ପୀତବାସ ସା ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୁଭ ଉଦଘାଟନ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପାଇକମାଲର ବିଶେଷଜ୍ଞ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଦ୍ୱାରା ରୋଗୀ ମାନଙ୍କ ସମ୍ପୂର୍ଣ ମାଗଣା ଚିକିତ୍ସା କରାଯାଇ ରୋଗୀ ମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା ।

ଡ଼ କାମିନୀ କର ( ଶିଶୁ ରୋଗ ବିଶେଷଜ୍ଞ ),ଡ଼ ନଳିନୀ ଦାସ (ସ୍ତ୍ରୀ ରୋଗ ବିଶେଷଜ୍ଞ ),ଡ଼ ଜଗବନ୍ଧୁ ମିଶ୍ର ( ଭେଷଜ ବିଶେଷଜ୍ଞ ),ଡ଼ ଅଭିରାମ ଠାକୁର ( ଶଲ୍ୟ ବିଶେଷଜ୍ଞ ),ଡ଼ ଯଶୋବନ୍ତ ସାହୁ ପଞ୍ଚକର୍ମ, ଡ଼ ଅନୁପମ କାଳିଆ (ବରିସ ଚିକିତ୍ସକ ) ପ୍ରମୁଖ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୋଇଥିଲେ ।

ଏହି ଶିବିରକୁ ପାଟଣାଗଡ଼ କୂଳତା ଯୁବ ସମୁଖ୍ୟର ସଭାପତି ଭୀମସେନ ବିଶ୍ୱାଳ, ସମ୍ପାଦକ ଗୋପାଳ ସାହୁ, ସହ ସମ୍ପାଦକ ପ୍ରମୋଦ ସାହୁ, କୋଷାଧ୍ୟକ୍ଷ ସୁଯୋଗ ଚନ୍ଦ୍ର ପଧାନ, ଗୋଲକ ଚନ୍ଦ୍ର ବାରିକ,ଦିଲୀପ କୁମାର ସାହୁ, ଦିବାକର ବିଶ୍ୱାଳ, ନରସିଂହ ପଧାନ,ବିରଞ୍ଚି ଭୋଇ,ରାଧେଶ୍ୟାମ ଖମାରୀ, ସନ୍ତୋଷ ପଧାନ, ଅଶୋକ ପଧାନ,ଭକ୍ତ ଚରଣ ପଧାନ, ଭଗବାନ ବିଶ୍ୱାଳ, ଶିବ ନାଏକ, ଛାୟାକାନ୍ତ ସାହୁ, ଖଗେଶ୍ୱର ସାହୁ, ଜତୀ ପଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।