ଆସନ୍ତା ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ତିନିଦିନ ପାଇଁ ପାରଳାଖେମୁଣ୍ଡି ସହରକୁ ସଟ୍ଡ଼ାଉନ ଘୋଷଣା କଲେ – ଗଜପତି ଜିଲ୍ଲାପାଳ



ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) ଗଜପତି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ କରନା ପୋଜେଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ଏହି ସୂଚନା ଦେଇଛନ୍ତି l ଏହି ସଟଡାଉନ ସମୟରେ ସ୍ବାସ୍ଥ୍ୟ ବିଭାଗର ୬୦ ଟି ଟିମ୍ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବେ l

ଜିଲ୍ଲାକୁ ଯୋଗା ଯୋଗ କରୁଥିବା ରାୟଗଡ଼ା, ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ କୁ ସମ୍ପୂର୍ଣ୍ଣ ଭାବରେ ସିଲ କରିଦିଆଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେବା ସହ ଏହି ସଟ୍ଡ଼ାଉନ ସମୟରେ ପାରଳା ଖେମୁଣ୍ଡି ସହରର ଜନସାଧରଣଙ୍କ ବାହାରକୁ ନବାହରିବା ପାଇଁ ଅନୁରୋଧ କରିଛନ୍ତି l (ପାରଳାଖେମୁଣ୍ଡି, ରିପୋର୍ଟ:ଗରୁଡ଼ ଧ୍ଵଜ ଚୌଧୁରୀ)