ଆଜି ଆଉ ୫୬ ପଜେଟିଭ୍ ଚିହ୍ନଟ , ପାଞ୍ଚ ଦିନ ପାଇଁ ସ୍ଥଗିତ ରହିଲା ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା – ଗଜପତି ଜିଲ୍ଲା

ଓଡିଶା ତାଜା ନ୍ୟୁଜ୍ (୦୭ ଜୁଲାଇ ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଜି ଆଉ ୫୬ ପଜେଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୧୬ ରେ ପହଞ୍ଚିଛି । ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି । ଏହି ୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ କରନା ଯୋଦ୍ଧା, ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ୨୫ ଜଣଙ୍କ ପୋଜେଟିଭ୍ ବାହାରି ଥିବା ଏବଂ୯ ଜଣ ବିଭିନ୍ନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାଙ୍କୁ ଚିହ୍ନଟ କରାଯାଇ ଥିବା ଜଣାପଡିଛି ।

ଏହି ୫୬ ଜଣଙ୍କ ମଧ୍ୟରୁ ଗୋଷାଣୀ ବ୍ଲକର ୭, ଗୁମ୍ମା ବ୍ଲକର ୫, ନୂଆଗଡ ବ୍ଲକ ର ୧୦, ରାୟଗଡ଼ ବ୍ଲକର୧,କାଶୀନଗର ବ୍ଲକର ୨ ଓ ପାରଳାଖେମୁଣ୍ଡି ମ୍ୟୁନିସ୍ ପାଲିଟି ର ୩୧ ଜଣ ରହିଛନ୍ତି । ଜିଲ୍ଲାରେ ପାଞ୍ଚ ଦିନ ପାଇଁ ସ୍ଥଗିତ ରହିଲା ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା । ଏଥିରେ ନିୟୋଜିତ ହୋଇଥିବା ଜିଲ୍ଲା ପୋଲିସର ତିନି ସୁରକ୍ଷା କର୍ମୀ, କରୋନା ସଂକ୍ରମିତ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ସୂଚନା ଦେଲେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାିଦ୍ୟାଳୟ ର ଅଧ୍ୟକ୍ଷ ଇନ୍ଦୁ ଭୂଷଣ ସାହୁ । (ରିପୋର୍ଟ-ଗରୁଡ ଧ୍ୱଜ ଚୌଧୁରୀ)