ଜାଣନ୍ତୁ ଅଦା ଶରୀର ପାଈଁ କି କାର୍ଯ୍ୟ କରେ

ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର )ରିପୋର୍ଟ -ସୋନାଲି , ଭୁବନେଶ୍ୱର :- ଅଦା ଶରୀରରେ ପେନକିଲର ଭାବେ କାର୍ଯ୍ୟ କରିଥାଏ । ଥଣ୍ଡା, କଫ, ପେଟ ଯନ୍ତ୍ରଣା ଇତ୍ୟାଦି ଭଲ କରିବା ପାଇଁ ଅଦା ବ୍ୟବହାର କରାଯାଏ । ଅଦା କେବଳ ଏସବୁ ନୁହେଁ ବରଂ ମାଂସପେଶୀ କୁ ଦୂର କରିଥାଏ । ଅଦା ମାଂସ ପେଶୀ ର ବ୍ୟଥା କୁ ବହୁ ପରିମାଣରେ ଲାଘବ କରିଥାଏ । ଥଣ୍ଡା ରେ ପଡିଯାଇଥିବା ଗଳା କୁ ଅଦା ଖାଇବା ଦ୍ୱାରା ଗଳା ଫିଟିଥାଏ ।

ଅନେକ ସମୟରେ ଅତ୍ୟଧିକ ବ୍ୟାୟାମ କରିବା ଓ ପରିଶ୍ରମ ଯୋଗୁଁ ମାଂସପେଶୀ ବ୍ୟଥା ହୋଇଥାଏ ଆଉ ଏହାକୁ ଅଦା ପେନକିଲର୍ ପରି ଲାଘବ କରିଥାଏ । ଏଣୁ ମାଂସପେଶୀ ଯନ୍ତ୍ରଣା କମାଇବା ପାଈଁ ପେନକିଲର୍ ନନେଇ ଅଦା ଖାଇବା ଉଚିତ୍ । ଏହା ଯନ୍ତ୍ରଣାକୁ ୨୫ ପ୍ରତିଶତ କମ୍ କରିଥାଏ ।

କଞ୍ଚା ଅଦା ପ୍ରତିଦିନ ଖାଇଲେ ଶରୀରରେ ବିନ୍ଧା ଦରଜ ପରି ଯନ୍ତ୍ରଣା ହେଉଥିଲେ ସେଥିରୁ ମୁକ୍ତି ମିଳିବ । ୩୬ ସପ୍ତାହ ପର୍ଯ୍ୟନ୍ତ ୩୦ ରୁ ୫୦୦ ଗ୍ରାମ ଅଦା ପ୍ରତ୍ୟକ ଦିନ ଖାଇଲେ ଆଣ୍ଠୁ ଗଣ୍ଠି ଦରଜ ସମ୍ପୁର୍ଣ୍ଣ ଦୂରେଇ ଯିବ । ପ୍ରତ୍ୟକ ଦିନ ଅଦା ଖାଇବା ଦ୍ବାରା କଣ୍ଠ ପରିଷ୍କାର ହୋଇଥାଏ ଓ ସ୍ୱର ସ୍ପଷ୍ଟ ହୁଏ ।