ନାରାୟଣପାଟଣାରେ ଦୀର୍ଘ ବର୍ଷ ପରେ ପୁଣି ମାଓ ବ୍ଯାନର ! ଅସଲି କି ନକଲି : ଅଞ୍ଚଳ ବାସୀ ଆଶଙ୍କିତ , ପୁଲିସର ତନାଘନା

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାପୁଟ  :-> ପ୍ରାୟ ଏକ ଦଶନ୍ଧି ତଳେ ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଞ୍ଚଳରେ ଦୀର୍ଘ ବ୍ଯବଧାନ ପରେ ମାଓ ବାଦୀଙ୍କ ନାମରେ ଲାଲ୍ ବ୍ଯାନର ଲାଗିଛି । ଯାହାକୁ ନେଇ ଅଞ୍ଚଳରେ ଭିନ୍ନ ଆଲୋଚନା ହେବା ସହିତ କିଛି ନିର୍ଦ୍ଦିଷ୍ଟ ବ୍ଯକ୍ତି ବିଶେଷ ମାନେ ଆଶଙ୍କିତ ହୋଇ ପଡିଛନ୍ତି । ପୁଣି ନାରାୟଣପାଟଣା ଅଞ୍ଚଳରେ ଲାଗିଲା ଲାଲ ବ୍ୟାନର I ଏହି ଥାନାର କୁମ୍ଭାରୀ ପଞ୍ଚାୟତ ର ଚିନ୍ତାଗୁଡା ନିକଟରେ ଝଞ୍ଜାବତୀ ନଦୀରେ ନିର୍ମାଣ ହେବାକୁ ଥିବା ପ୍ରସ୍ଥାବିତ ବନ୍ଧ କୁ ବିରୋଧ କରି ମାଓବାଦୀ ନାଆଁରେ ଲାଗିଛି ଲାଲ ବ୍ୟାନର। ସିପିଆଇ ଶ୍ରୀକାକୁଲମ ଡିଭିଜନ ନାମରେ ଲାଲ ବ୍ୟାନର ଲାଗିଥିବା ବେଳେ ଏହା ପ୍ରକୃତରେ ମାଓବାଦୀଙ୍କ କାମ ନା ଆଉ କେହି ଆତଙ୍କ ଖେଳାଇବା ପାଇଁ ଏପରି ଲଗାଇଛନ୍ତି ତାହାକୁ ନେଇ ଖୋଳତାଡ଼ କରୁଛି ପୋଲିସ I ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ ଝଂଜାବତି ନଦୀ ଉପରେ ୧୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ କରାଯାଇଥିବା ଏହି ବ୍ୟାନରରେ ସିପିଆଇ ମାଓବାଦୀ ଶ୍ରୀକାକୁଲମ୍ ଡିଭିଜନ କମିଟି ଉଲ୍ଲେଖ ରହିଛି ।


ସୂଚନାଯୋଗ୍ୟ ଏହିକି ୨୦୦୮ ମସିହା ରୁ ୨୦୧୩ ପର୍ଯ୍ୟନ୍ତ ନାରାୟଣପାଟଣା ବନ୍ଧୁଗାଁ ଦୁଇଟି ଥାନା ଅଞ୍ଚଳରେ ମାଓବାଦୀଙ୍କ ଦବ୍ ରହିଥିଲା । ଏପରିକି ୨୦୧୨ ମଶିହାରେ ବଧାୟକ ଥିବା ଝିନ ହିକକାଙ୍କୁ ଲକ୍ଷ୍ମୀପୁର ଅଞ୍ଚଳରୁ ଅପହରଣ କରି ଆଣି ନାରାୟଣପାଟଣା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ମୁଣ୍ଡ ଜାମିନ ରଖି ସରକାରଙ୍କୁ ଅଟକଳରେ ପକାଇଥିଲେ । ପ୍ରାୟ ଏକମାସରୁ ଊର୍ଦ୍ଧ୍ବ ମୁଣ୍ଡ ଜାମିନ ରଖି ପରବର୍ତ୍ତୀ ସମୟରେ ମୁକ୍ତ କରିଥିଲେ ।
ସେହିପରି ଅନେକ ସମୟରେ ପୁଲିସ ସୂଚନା ଦାତା ଓ ଅନ୍ୟାନ୍ୟ ଆରୋପ ଲଗାଇ ଅନେକ ଲୋକଙ୍କୁ ହତ୍ୟା କରିଥିଲେ । ଏପରିକି ଏକାଧିକ ଥର ହ୍ଯାଣ୍ଡ ମାଇନିଂ ବିସ୍ଫୋରଣରେ ସୁରକ୍ଷା କର୍ମୀ ଶହୀଦ ହେବା ସହିତ ସାଧାରଣ ଲୋକମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ବିଭିନ୍ନ ସମୟରେ ବନ୍ଧୁଗାଁ ଓ ନାରାୟଣପାଟଣା ଅଞ୍ଚଳରେ ଏକାଧିକ ମାଓବାଦୀ ମଧ୍ୟ ପୋଲିସ ଓ ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଛନ୍ତି ।

ତେବେ ମଙ୍ଗଳବାର ବ୍ୟାନର ରେ ଜନପ୍ରତିନିଧି ଙ୍କୁ ମଧ୍ୟ ସାବଧାନ ରହିବା ସହିତ ଚେତାବନୀ ଦିଆଯିଆଇ ଏ ନଦୀ, ଜଙ୍ଗଲ ଓ ଜମି ଆମର ଏଥିରେ ସରକାର ହସ୍ତକ୍ଷେପ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ସେହିପରି ଏହି ଝଞ୍ଜାବତୀ ନଈରେ ଡ୍ୟାମ ଓ ରାସ୍ତା କରାଇଦେବୁ ନାହିଁ ବୋଲି ଚେତାବନୀ ଦିଆଯାଇଛି I ପୁର୍ବରୁ ମାଓବାଦୀଙ୍କ ବ୍ୟାନର ଗୁଡିକରେ ସିପିଆଇ ମାଓବାଦୀ ଶ୍ରୀକାକୁଲମ- କୋରାପୁଟ ଡିଭିଜନ କମିଟି ଲେଖାହେଉଥିବା ବେଳେ ଉକ୍ତ ବ୍ୟାନର ସିପିଆଇ କମୁନିଷ୍ଟ ପାର୍ଟି ଶ୍ରୀକାକୁଲମ୍ ଡିଭିଜନ ବୋଲି ଲେଖାଯାଇଛି । ଏପରିକି ମାଓବାଦୀ ବୋଲି ପୂର୍ବରୁ ଲେଖା ଯାଉଥିବା ବେଳେ ତାହା ଲେଖା ଯାଇନାହିଁ ।
ଏହି ଘଟଣା ପରେ ଲଷ୍ମୀପୁର ଏସ୍ଡ଼ିପିଓ ଓ ଥାନା ଅଧିକାରୀ ଶୂକ୍ରା ମାଢି ଓ ଷ୍ଟାଫ ଯାଇ ଉକ୍ତ ବ୍ୟାନର କୁ ଜବତ କରି ପ୍ରକୃତ ଏହିବ୍ଯାନର ମାଓବାଦୀଙ୍କ ଦ୍ବାରା ଲଗାଯାଇଛି ନା ନକଲି ମାଓବାଦୀ କାମ ତା ଉପରେ ଅନୁସନ୍ଧାନ ଜାରୀ ରହିଥିବା ଏସ୍ଡ଼ିପିଓ ବିରଞ୍ଚିନାରାୟଣ ଜଗତ କହିଛନ୍ତି I