ମହୁ ର ଉପକାରୀ ଗୁଣ ।।

ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର )ରିପୋର୍ଟ -ସୋନାଲି , ଭୁବନେଶ୍ୱର :- ମହୁ ଏକ ଗୁଣକାରୀ ଔଷଧ ଅଟେ । ଏହାର ସେବନ ଦ୍ବାରା ମସ୍ତିଷ୍କ ରୁ ଚିନ୍ତା ଦୂର ହୋଇଥାଏ । ଏଥିରେ ଭିଟାମିନ କାର୍ବୋହାଇଡ୍ରେଟ୍ , ପ୍ରୋଟିନ ,ଖଣିଜ, ଗ୍ଲୁକୋଜ୍ ଥାଏ । ଏହା ସେବନ ଦ୍ବାରା ମାଂସପେଶୀ ଶକ୍ତିଶାଳୀ ହୋଇଥାଏ ।

★ ଥକ୍କା ସମୟରେ ମହୁ ଖାଇଲେ ଶକ୍ତି ମିଳେ । ଛୋଟ ପିଲା ମାନଙ୍କୁ ମହୁ ଦେବା ଦ୍ବାରା ଥଣ୍ଡା ହୁଏ ନାହିଁ । ★ ଥଣ୍ଡା ହେଲେ ମହୁ ,ଅଦା, ଓ ତୁଳସୀ ସମ ପରିମାଣରେ ମିଶାଇ ଖାଇଲେ ଥଣ୍ଡା ଭଲ ହୋଇଯାଏ ।
★ ଅଦାରସ ମହୁ ମିଶାଇ ଖାଇଲେ କାଶ ରୁ ମୁକ୍ତି ମିଳେ ।
★ଶୁଖିଲା କାଶ ହେଉଥିଲେ ମହୁ ସହିତ ଲେମ୍ବୁ ରସ ମିଶାଇ ଖାଇବା ଦ୍ବାରା ବହୁତ ଲାଭ ମିଳିଥାଏ ।
★ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ରେ ମହୁ ମିଶାଇ ପିଇଲେ ଦୁର୍ଵଳତା ଦୂର ହୋଇଥାଏ ।
★ ମହୁକୁ ନିୟମିତ ସେବନ କଲେ ରକ୍ତ ହୀନତା ଦୂର ହୋଇଥାଏ
★ ଅଳ୍ପ ଗରମପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଶରୀର ର ଓଜନ ହ୍ରାସ ହୁଏ ।
★ ରାତିରେ ଭଲ ନିଦ ନହେଉଥିଲେ ଦୁଇ ଚାମଚ୍ ମହୁ ଖାଇ ଶୁଅନ୍ତୁ ନିଦ ଭଲ ହେବ ।
★ ମହୁ ସହିତ ହଳଦୀ ମିଶାଇ ତ୍ୱଚା ରେ ଲଗାଇବା ଦ୍ବାରା କଳା ଦାଗ ର ହ୍ରାସ ପାଏ ।

ମହିଳା ମାନଙ୍କ ପାଇଁ ମହୁ ଏକ ଫେସପ୍ୟାକ୍ ଭଳି କାମରେ ଆସେ ଏହାକୁ ଶୀତ ଋତୁ ରେ ଲଗାଇବା ଦ୍ବାରା ତ୍ଵାଚା ରେ ଏକ ତେଲିଆ ପଣ ଆସିଥାଏ ଯାହା ତ୍ୱଚା ପାଈଁ ଶୀତ ଦିନେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଦୁଇ ସପ୍ତାହ ରେ ଅତି କମରେ ଦୁଇ ଥର ମହୁ କୁ ତ୍ୱଚା ରେ ଲଗାଇଲେ ମୁଖ ର ସୁନ୍ଦରତା ବୃଦ୍ଧି ପାଇଥାଏ ।