କଟକସଦର ଥାନା ଶାମପୁର ଗୁଳିକାଣ୍ଡ ଘଟଣାରେ ତିନି ଅଭିଯୁକ୍ତ ଗିରଫ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟର :-> କଟକସଦର ଥାନା ଗୋପାଳପୁର ନିକଟସ୍ଥ ଶାମପୁର ଗ୍ରାମରେ ଗତ ୮ ତାରିଖ ଅପରାହ୍ନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଚିନ୍ତାମଣି ସାହୁ ନାମକ ଜଣେ ( ୩୫ ) ବର୍ଷୀୟ ଯୁବକର ମୃତ୍ୟୁ ଘଟିଥିଲା । ଏହି ଗୁଳି କାଣ୍ଡ ଘଟାଇ ଫେରା ହୋଇଯାଇଥିବା ଦୁଇ ଅସାମାଜିକ ଯୁବକ ଜଗନ ପ୍ରଧାନ ଏବଂ ଶମ୍ଭୁ ଆଲିଆସ ଶମ୍ଭ ନାଥ ଭୋଇଙ୍କୁ ସଦର ପୋଲିସ ବାଙ୍ଗାଲୋରରୁ ଗିରଫ କରି ରବିବାର ଦିନ ଥାନାକୁ ଆଣିଥିଲା ।

ଜଗନ ଏବଂ ଶମ୍ଭୁକୁ ଘରେ ଲୁଚାଇ ରଖିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥିନା ଓସ୍ତପୁର ଗ୍ରାମର ରାକେଶ ପ୍ରଧାନଙ୍କୁ ମଧ୍ୟ ପୋଲି ଗିରଫ କରିଛି । ଜଗନ ଏବଂ ଶମ୍ଭୁ ଗୁଳିକାଣ୍ଡ ପାଇଁ ଆସି ଥିବା ଏକ ଚୋରା ଆପାଚି ବାଇକ, ମୋବାଇଲ ଫୋନ,ଚୋରା ବନ୍ଧୁକକୁ ଜଵତ କରିଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଏନେଇ କଟକ ସଦର ଥାନାରେ ଏକ ପ୍ରେସ୍ ମିଟି କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ରଙ୍କ ପକ୍ଷରୁ ଖରାଯାଇଥିଲ। ଆୟୋଜିତ ପ୍ରେସ୍ ମିଟରେ ଯୋନ୍-୪ ଏସିପି ଚନ୍ଦନ ଘଡେ଼ଇ,ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, ଅତିରିକ୍ତ ଆଇଆଇସି ରୀନା ମିଶ୍ର ଉପସ୍ଥିତ ଥିଲେ । ଜଗନ ଏବଂ ଶମ୍ଭୁ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ବୋଲି ଅତିରିକ୍ତ ଡିସିପି ଶ୍ରୀ ମିଶ୍ର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।