କଂଗ୍ରେସକୁ ପୁଣି କୃଷ୍ଣ ସଗରିଆଙ୍କ ପ୍ରତ୍ଯାବର୍ତ୍ତନ !

୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କୋରାପୁଟ  :-> କୋରାପୁଟର ପୂର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ପୁଣି ଘରବାହୁଡ଼ା ହେଉଥିବା ଶୁଣିବାକୁ ମିଳୁଛି । ସେ କଂଗ୍ରେସକୁ ପୁଣି ଫେରିବା ନେଇ ଏକପ୍ରକାର ସ୍ଥିର ହୋଇ ସାରିଥିବା ଚର୍ଚ୍ଚା ହେଉଛି । ଏହି କଥାକୁ ଶ୍ରୀ ସଗରିଆ ମଧ୍ୟ ସ୍ବୀକାର କରିଛନ୍ତି । ଏପରିକି ଦଳରେ ଥିବା ଗୋଷ୍ଠୀ କନ୍ଦଳ ଦୂର କରାଯାଇ ସମସ୍ତ ନେତା ଏକଜୁଟ ହୋଇ କାମ କଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ ପୁଣି ଭଲ ପଦର୍ଶନ କରିବ ବୋଲି ଶ୍ରୀ ସଗରିଆ କହିବା ସହିତ ତାରା ବାହିନୀ ପତି ଓ ସପ୍ତଗିରି ଉଲ୍ଲାକା ଓ ସେ ତିନିହେଁ ଏକାଠି ହେଲେ କଂଗ୍ରେସ କେବଳ କୋରାପୁଟ ଜିଲ୍ଲା ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପୂର୍ବ ସ୍ଥିତିକୁ ଫେରିବ ବୋଲି କହିଛନ୍ତି ।

କୃଷ୍ଣ ଚନ୍ଦ୍ର ସଗରିଆ ୨୦୧୪ ମଶିହାରେ କୋରାପୁଟ ଜିଲାରେ ଥିବା ଏକମାତ୍ର ଏସ.ସି ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଉଜିତିଥିଲେ। ତେବେ ଇତିଶ୍ରୀ ପ୍ରଧାନଙ୍କ ହତ୍ଯା ପରେ ତାଙ୍କ ପରିବାରକୁ ନ୍ଯାୟ ନମିଳିବା ଅଭିଯୋଗ କରି ପ୍ରାୟ ୮ମାସ ବିଧାୟକ ପଦବୀ ଥିଲେ ମଧ୍ୟ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ । ସୂଚନା ଯୋଗ୍ୟ ଏହିକି ଶ୍ରୀ ସଗରିଆ ପ୍ରଥମେ ବହୁଜନ ସମାଜ ପାର୍ଟିରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେଇ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାୟକ ହୋଇଥିଲେ।

ସେହିପରି ଗତ ସାଧାରଣ ନିର୍ବାଚନରେ ମଧ୍ଯ ତାଙ୍କ ପତ୍ନୀଙ୍କୁ ବହୁଜନ ସମାଜ ପାର୍ଟି ରୁ ପ୍ରାର୍ଥୀ କରାଇଥିଲେ । ଶ୍ରୀମତୀ ସଗରିଆ ଏଠାରୁ ପ୍ରାୟ ୧୨ ହଜାର ରୁ ଊର୍ଦ୍ଧ୍ବ ଭୋଟ ପାଇଥିଲେ ଓ ନିଜେ ଜୟପୁର ବିଧାନସଭା ଆସନରେ ବହୁ ଜନ ସମାଜ ପାର୍ଟି ରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପ୍ରଚାର କରିନଥିଲେ। ତେବେ କେତେକ କାରଣରୁ ତାରାପ୍ରସାଦ ବାହିନୀ ପତି ଙ୍କ ସହିତ କୃଷ୍ଣ ଙ୍କ ମନାନ୍ତର ଓ ମତାନ୍ତର ହୋଇ ଥିଲା । ଯେଉଁଥିପାଇଁ କଂଗ୍ରେସରୁ ଶ୍ରୀ ସଗରିଆଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ପୁଣି କୃଷ୍ଣଙ୍କ ଘର ବାହୁଡ଼ା ଦଳକୁ ସହାୟକ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।