ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳର ନୂତନ କମିଟି ଘୋଷଣା

୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ରାୟଗଡ଼ା :-> ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳର ନୂତନ କମିଟି ଘୋଷଣା କରାଯାଇଛି । ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୂତନ ତାଲିକା ଘୋଷଣା କରିଛନ୍ତି । ଏଥିରେ ସବୁ ଦିଗକୁ ସୁହାଇଲା ଭଳି ବାଲାନ୍ସ କରିଛନ୍ତି ଦଳୀୟ ନେତୃବୃନ୍ଦ । ସମସ୍ତ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ପରିଷଦ ଜୋନରେ ନେତୃତ୍ବକୁ ପ୍ରାଧାନ୍ୟ ଦିଆଯାଇଛି । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରି କମିଟି ଘୋଷଣା କରିଥିବା ଦଳୀୟ ନେତୃତ୍ୱଙ୍କ ଠାରୁ ପ୍ରକାଶ ପାଇଛି ।

ନୂତନ କମିଟିରେ ୧୪ ଜଣ ଉପସଭାପତି, ୧୫ ଜଣ ସାଧାରଣ ସମ୍ପାଦକ, ୧୭ ଜଣ ସମ୍ପାଦକ, ୧୩ ଜଣ ଯୁଗ୍ମ ସମ୍ପାଦକ ରହିଛନ୍ତି । ସେଥି ମଧ୍ୟରୁ ରଂଜିତ କୁମାର ପାଣିଗ୍ରାହୀ, ବି.ତିରୁପତି ରାଓ, ରତନଲାଲ ଜୈନ, ରବିନ୍ଦ୍ରନାଥ ପଣ୍ଡା, ଜି.ଶ୍ରୀନିବାସ ରାଓ, ଡମ୍ବୁରୁଧର ମାଝି, ଅଶ୍ୱିନ ଗମାଙ୍ଗ, ଧବଳେଶ୍ୱର ନାଇଡ଼ୁ, ଦାମ କୈବର୍ତ, ସନ୍ତୋଷ ମହାନ୍ତି, ପି.ଗୌରୀ ଶଙ୍କର, ବିନାୟକ କର,

ବିଜୟ ଚୌଧୁରୀ ଓ ସତ୍ୟନାରାୟଣ ପାଢ଼ୀ ଉପସଭାପତି ହୋଇଛନ୍ତି । ସେହିଭଳି ଲକ୍ଷ୍ମଣ ପେଦେଂଟି, ଜଗନ୍ନାଥ ନୁଣ୍ଡୃକା, ନନ୍ଦ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, କୃଷ୍ଣ ପ୍ରସାଦ ପାଢ଼ି, କୈଳାସ ନାଏକ, ଟୁନା ଗୌଡ଼, ପି.ସାଇକ୍ରିଷ୍ଣା, ଦୁର୍ଗା ସାହୁ, ନବୀନ ପିପାଲି, ଲକ୍ଷ୍ମୀ ନାରାୟଣ ନନ୍ଦ, ଅଶୋକ ପଣ୍ଡା, ଗଙ୍ଗାଧର ପୁଆଲା, ଭାସ୍କର ପାଟଯୋଶୀ ଓ ଇପିଲି ସନ୍ୟାସି ରାଜୁ ପ୍ରମୁଖ ସାଧାରଣ ସମ୍ପାଦକ ରହିଛନ୍ତି ।