ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏୟୁପିଟିଏଫ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅଗଷ୍ଟ ୧୬ ତାରିଖ ଠାରୁ ସମସ୍ତ ବର୍ଗର ଶିକ୍ଷକ ସାମୁହିକ ଛୁଟି ନେଇ ବ୍ଲକ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ

୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ରାୟଗଡ଼ା :-> ରାୟଗଡ଼ା ଜିଲ୍ଲାର ସମସ୍ତ ବର୍ଗର ଶୀର୍ଷ ଶିକ୍ଷକ ନେତୃବୃନ୍ଦ ଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଅଛି । ରାୟଗଡ଼ା ଜିଲ୍ଲା ଏ ୟୁ ପି ଟି ଏଫ ସଭାପତି ଅଜିତ ଚୌଧୁରୀଙ୍କ ନେତୃତ୍ୱରେ ୬ ଶହରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ପଦଯାତ୍ରା ରେ ଯାଇ ପ୍ରଥମେ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ଓ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ପଦଯାତ୍ରା ସମୟରେ ବ୍ୟାନର ଓ ପ୍ଲାକାର୍ଡ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ଦାବୀ ଗୁଡ଼ିକ ପୂରଣ ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ । ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଲାଗୁ କରିବା , ଅବିକଳ କେନ୍ଦ୍ରୀୟ ହାରରେ ଲେବିଲ ନଅ ଅର୍ଥାତ୍ ୪୨୦୦ ଗ୍ରେଡ ପେ ପ୍ରଦାନ, ଶିକ୍ଷାକର୍ମି ଓ ଶିକ୍ଷା ସହାୟକ ଚାକିରି ସମୟକୁ ନୋଷନାଲ ଇନକ୍ରୀମେଣ୍ଟ ପ୍ରଦାନ ସହ ନିୟମିତ ଘୋଷଣା କରିବା,

ଏକ୍ସ କ୍ୟାଡର୍ ଉଚ୍ଛେଦ, କଳା ଓ କ୍ରୀଡ଼ା ଓ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଆଦି ଦାବି ସେଥିରେ ଉଲ୍ଲେଖ ଅଛି । ଗତ ନଭେମ୍ବର ମାସରେ ସରକାର ଅତିଶିଘ୍ର ଦାବିଗୁଡିକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଠ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବିଗୁଡିକୁ ବିଚାର କରିନଥିବାରୁ ରାୟଗଡ଼ା ସମେତ ଓଡ଼ିଶାର ସମସ୍ତ ଜିଲ୍ଲା ଏହି ଦାବୀ ପତ୍ର ପ୍ରଦାନ କରିଥିବା ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି ।

 

ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସରକାର ଦାବିଗୁଡିକୁ ବିଚାର ନକଲେ ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ସମସ୍ତ ବର୍ଗର ଶିକ୍ଷକ ସାମୁହିକ ଛୁଟି ନେଇ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜିଲ୍ଲା ସଭାପତି ଅଜିତ ଚୌଧୁରୀ ପ୍ରକାଶ କରିଛନ୍ତି। ପିଲାଙ୍କ ଶିକ୍ଷା ଙ୍କ ଭବିଷ୍ୟତ ପ୍ରତି ଆମେ ଚିନ୍ତିତ, କିନ୍ତୁ, ସରକାର ଶିକ୍ଷା ବିଭାଗ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବାରୁ ଏଭଳି ନିଷ୍ପତି ରାଜ୍ୟସଂଘ ତରଫରୁ ନିଆଯାଇଥିବା ଶ୍ରୀ ଚୌଧୁରୀ କହି ସମସ୍ତ ବର୍ଗର ଶିକ୍ଷକଙ୍କ ପୂର୍ଣ୍ଣ ସହଯୋଗ ସେ ଆଶା କରିଛନ୍ତି ।