ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି କଲେ ବିଧାୟକ ମକରନ୍ଦ

୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ରାୟଗଡ଼ା :-> ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଶୁକ୍ରବାର ଦିନ ଦିଲିରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ଏହି ଦାବି ପତ୍ର ଜଳଶକ୍ତି ଓ ଆଦିବାସୀ ମନ୍ତ୍ରଣାଳୟ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି ।

ଏହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ମାଝି ଉପସ୍ଥିତ ଥିଲେ । ଦାବି ପତ୍ର ଗ୍ରହଣ ପରେ ମନ୍ତ୍ରୀ ଟୁଡ଼ୁ ଓ ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟରେ କେନ୍ଦ୍ର ସରକାର ସହିତ ଆଲୋଚନା କରିବା ସହ ସଂସଦରେ ଦାବି ଉପସ୍ଥାପନ କରିବା ନେଇ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।