ମୁଣ୍ଡ ବ୍ୟଥା ହେଉଥିଲେ କିଭଳି ପାଇବ ମୁକ୍ତି

ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର ) ଭୁବନେଶ୍ୱର :- ମୁଣ୍ଡ ବ୍ୟଥା ଅନେକ ସମୟରେ ସମସ୍ୟା ରେ ପକାଇଥାଏ । ଅସମୟରେ ମୁଣ୍ଡ ବ୍ୟଥା ରୁ ମୁକ୍ତି ପାଈଁ କେତେକ ସାଧାରଣ କଥା ଜାଣିବାର ଆବଶ୍ୟକତା ରହିଛି ।

◆ ଏକ ବ୍ଲାକ ଟି’ ରେ ଗୋଟିଏ ଲେମ୍ବୁ ରସ ଚିପୁଡି ତାକୁ ଧୀରେ ଧୀରେ ପିଅନ୍ତୁ । ଏହା ମୁଣ୍ଡ ବ୍ୟଥା ରୁ ମୁକ୍ତି ଦେବ ।
ଯଦି ଅତ୍ୟଧିକ ଗରମ ରୁ ମୁଣ୍ଡ ବ୍ୟଥା ହେଉଥାଏ ତେବେ ଲେମ୍ବୁ ମଧ୍ୟରେ ଥିବା ଦାନାକୁ ପେଷ୍ଟ କରି ମଥା ରେ ଲଗାନ୍ତୁ ।
◆ ହାତର ମଝି ଆଙ୍ଗୁଳି ଓ ବୁଢା ଆଙ୍ଗୁଳି ସାହାଯ୍ୟରେ ମଥା ଓ ନାକ ର ଉପର ଭାଗ କୁ ହାଲକା ଚାପି ଦିଅନ୍ତୁ ।
◆ ସେହିପରି ଲେମ୍ବୁ କୁ ଦୁଇ ଫାଳ କରି ଏହାକୁ ମଥାରେ ଘଷିବା ଦ୍ବାରା ମୁଣ୍ଡ ବ୍ୟଥା କମିଯାଏ ।
◆ ସେହିପରି ମୁଣ୍ଡ ବ୍ୟଥା ହେଉଥିଲେ ଅଳ୍ପ ଉଷୁମ ପାଣିରେ ସ୍ନାନ କରିବା ଦ୍ବାରା ଏହା ମଧ୍ୟ କମିଯାଈଥାଏ ।
◆ ଯଦି ପାରନ୍ତି ଅଳ୍ପ ଉଷୁମ ସୁପ୍ ପିଅନ୍ତୁ । ଏହା ସହ ନିଜ ରୁମ୍ ର କବାଟ ଲାଇଟ ବନ୍ଦ କରନ୍ତୁ । ଯଥା ସମ୍ଭବ ଗହଳି ସ୍ଥାନ ଠାରୁ ଦୂରେଇ ରଖନ୍ତୁ ।