ରାୟଗଡ଼ା ଗଞେଇ ଚୋରାଚାଲାଣ : ୬୬ କେଜି ଗଞ୍ଜେଇ ଜବତ ସହ – ୩ ଗିରଫ

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା :- ଗଞ୍ଜେଇ ବେପାରୀଙ୍କ ଯେଭଳି ଭାବରେ ପ୍ରାଦୃଭାବ ବଢ଼ୁଛି ତାକୁ ନେଇ ଅବକାରୀ ବିଭାଗ ଯେଉଁଭଳି ତତ୍ପରତା ଦେଖାଇ କାର୍ଯ୍ୟକରୁଛି ତାକୁ ନେଇ ଗଞ୍ଜେଇ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ଜିଲ୍ଲାରେ କମୁନି ଗଞ୍ଜେଇ ଚୋରା ଚାଲାଣ । ଆଜି ଅବକାରୀ ବିଭାଗ, ଆରପିଏଫ ପୋଲିସ ସହାୟତାରେ ରେଳ ଷ୍ଟେସନ ଠାରେ ୬୬.୩୦୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ଜଣାପଡିଛି .

ଗିରଫ ୩ ଜଣଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ନାଏକ ଓ ସ୍ଵୟମ୍ବର ନାଏକ ଗଜପତି ଜିଲ୍ଲାରୁ ହୋଇଥିବା ବେଳେ ମାନୁ ସିହ୍ନାଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଆରପିଏଫ ଓ ଅବକାରୀ ବିଭାଗ ପାଟ୍ରୋଲିଂ କରିବା ସମୟରେ ରେଳ ଷ୍ଟେସନ ନିକଟରେ ୩ ଜଣକୁ ଯାଞ୍ଚ କରିଥିଲେ। ସେମାନଙ୍କ ଠାରୁ ୬୬.୩୦୦ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଉକ୍ତ ୩ ଜଣଙ୍କୁ ଗିରଫ କରିବା ସହିତ ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ଅଭିରାମ ବେହେରା ସୁଚନା ଦେଇଛନ୍ତି।